କାଲିମେଳାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ
ମାଲକାନଗିରି , ୧୪ ଅଗଷ୍ଟ (ହି.ସ.) - ଭାରତୀୟ ଜନତା ପାର୍ଟି କାଲିମେଳା ମଣ୍ଡଳ ପକ୍ଷରୁ ଏମଭି ୯୦ ସ୍ଥିତ ନେତାଜୀ ଭବନ ଠାରେ ଆଜି ଅପରାହ୍ନ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ହୋଇଯାଇଛି। ଅମଲ ମଣ୍ଡଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନୟନ୍ନ ପରିଷ
କାଲିମେଳା ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ


ମାଲକାନଗିରି , ୧୪ ଅଗଷ୍ଟ (ହି.ସ.) - ଭାରତୀୟ ଜନତା ପାର୍ଟି କାଲିମେଳା ମଣ୍ଡଳ ପକ୍ଷରୁ ଏମଭି ୯୦ ସ୍ଥିତ ନେତାଜୀ ଭବନ ଠାରେ ଆଜି ଅପରାହ୍ନ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ହୋଇଯାଇଛି। ଅମଲ ମଣ୍ଡଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନୟନ୍ନ ପରିଷଦ ଅଧକ୍ଷ ଗଙ୍ଗାଧର ସୋଡି, ମୁଖ୍ୟ ବକ୍ତା ଡକ୍ଟର ରଞ୍ଜିତ୍ ବିଶ୍ୱାସ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମ୍ପାଦକ ଇ, ଭେଙ୍କଟ ରାଓ, ଉତମ ରାୟ ପୂର୍ବତନ ଜିଲ୍ଲା ପରିଷଦ, ପ୍ରହ୍ଲାଦ ବସୁ ସମାଜସେବୀ, ମମତା ରାୟ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଯୋଗଦେଇ ଦେଶ ବିଭାଜନ ସମୟରେ ହୋଇଥିବା ବିଭିନ୍ନ ଘଟଣା ବଳି ବିଷୟରେ ଆଲୋଚନା କରିଥିଲେ!୭ଟି ପଂଚାୟତରୁ ପ୍ରାୟ ୮୦ ଜଣ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande