ଭାଙ୍ଗିଥିବା ପୋଲରେ ସ୍ଲାବ ପକାଇ ରାସ୍ତା ଚଳାଚଳ ଯୋଗ୍ୟ କଲେ ସାମାଜିକ କର୍ମୀ
ନୂଆପଡ଼ା,୧୪ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରୁ ସୁନ୍ଦର ନଦୀକୁ ଯିବା ମୁଖ୍ୟ ରାସ୍ତା ଓ ପୋଲ ଗତ ବନ୍ୟାରେ ଭାଙ୍ଗିଯାଇଥିଲା। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ ବହୁ ଅସୁବିଧାରେ ପଡ଼ୁଥିଲେ। ଗ୍ରାମବାସୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି
Pola maramati kale samajik karmi


ନୂଆପଡ଼ା,୧୪ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରୁ ସୁନ୍ଦର ନଦୀକୁ ଯିବା ମୁଖ୍ୟ ରାସ୍ତା ଓ ପୋଲ ଗତ ବନ୍ୟାରେ ଭାଙ୍ଗିଯାଇଥିଲା। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ ବହୁ ଅସୁବିଧାରେ ପଡ଼ୁଥିଲେ। ଗ୍ରାମବାସୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ସାମାଜିକ କର୍ମୀ ଜଗଦୀଶ ବାରିକ ନିଜସ୍ୱ ଉଦ୍ୟମରେ ମରାମତି କାର୍ଯ୍ୟ ହାତକୁ ନେଇଛନ୍ତି। ବିଗତ ଦିନରେ ସେ ଭାଙ୍ଗିଯାଇଥିବା ରାସ୍ତାର ମରାମତି କରିଥିବା ବେଳେ ଶୁକ୍ରବାର ଭାଙ୍ଗିଥିବା ପୋଲ ଉପରେ ସ୍ଲାବ ପକାଇ ରାସ୍ତାକୁ ପୁନର୍ବାର ଚଳାଚଳ ଯୋଗ୍ୟ କରିଛନ୍ତି। ଏହା ଫଳରେ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟା କିଛି ମାତ୍ରାରେ ଦୂର ହୋଇଛି। ଗ୍ରାମବାସୀଙ୍କ ସୁବିଧା ପାଇଁ ନିଜସ୍ୱ ପଦକ୍ଷେପରେ ରାସ୍ତା ଓ ପୋଲ ମରାମତି କରିଥିବାରୁ ଗ୍ରାମବାସୀ ଜଗଦୀଶ ବାରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଭାଙ୍ଗିଥିବା ପୋଲର ସ୍ଥାୟୀ ମରାମତି ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande