
ପଟ୍ଟାମୁଣ୍ଡାଇ , 14 ଅଗଷ୍ଟ (ହି.ସ.)ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶିଷ୍ଟ ଦଳିତ ସଂଗଠକ ରତ୍ନାକର ସେଠୀ ଜିଲା ବିଜେପି ଏସ୍ସି ମୋର୍ଚ୍ଚାର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି।୨୦୧୧ ମସିହାରେ ସେ ବିଜେପିରେ ମିଶିଲା ପରେ ତୃଣମୂଳସ୍ତରରୁ ସଂଗଠନ ମଜଭୁତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ l ମଣ୍ଡଳ ୧୬ର ଦୁଇଥର ମଣ୍ଡଳ ସଭାପତି ମଧ୍ୟ ଥିଲେ l ଏହି ନିଯୁକ୍ତି ପାଇଁ ରତ୍ନାକର ସେଠୀ ରାଜ୍ୟ ବିଜେପି ଏସ୍ସି ସଭାପତି ବାଇଧର ମଲିକ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ନେତ୍ରୀ ଗୀତାଅଞ୍ଜଳି ସେଠୀ, ବିଜେପି ବରିଷ୍ଠ ନେତା ସୁରଥ ସେଠୀ, ପୂର୍ବ ତନ ଜିଲ୍ଲା ସଭାପତି କିଶୋର ପଣ୍ଡା, ପୂର୍ବ ତନ ଉପ ସଭାପତି ଉପିନ ରାଉତ,କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ସଭାପତି ଦୁର୍ଯୋଧନ ସାହୁ, ରାଜ୍ୟ କାଜ୍ୟ କାରିଣୀ ସଦସ୍ୟ ସୁନାକର ବେହେରା, ମହାକାଳପଡ଼ା ବିଧାୟକ ଡ଼. ଦୂର୍ଗା ପ୍ରସନ୍ନ ନାୟକ, ଜିଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ରାଜନଗର ବିଜେପି ନେତା ଲଳିତ ବେହେରା ଏବଂ ଜିଲା ଏସ୍ସି ମୋର୍ଜା ସଭାପତି ପ୍ରଦୀପ ସେଠୀଙ୍କୁ କୃତଜ୍ଞ ଜଣାଇଛନ୍ତି। ନବନିଯୁକ୍ତ ଏସ୍ସି ମୋର୍ଜା ଉପସଭାପତି ଶ୍ରୀ ସେଠୀଙ୍କୁ ଜିଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ମିଟୁ ମନୋଜ ନାୟକ ଓ ସଞ୍ଜୟ ସ୍ବାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ଦଳିତ ନେତା ପ୍ରଶାନ୍ତ ମଲିକ, ଅନ୍ତର୍ଯ୍ୟାମୀ ମଲିକ ଓ ଗୋଲକ ମଲିକ, ବିଶ୍ଵହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡା, ଉପସଭାପତି ଅମ୍ବୁଜ ଭୂଷଣ ନାୟକ ଏବଂ ଯୁବନେତା ପରେଶ ସାହୁ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ