ବିଜେଡି ଦଳରୁ ନିଲମ୍ବନ ପୂର୍ବରୁ ଇସ୍ତଫା - ବିଜେଡି ଛାଡିଲେ ବରିଷ୍ଠ ବିଜେଡି ନେତା ଆଡ଼ମା ରାବା
ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜ଼ିଲ୍ଲା ବିଜେଡି ଦଳରେ ବଡ ରାଜନୈତିକ ଘଟଣା। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଆଡ଼ମା ରାବାଙ୍କୁ ଦଳରୁ ୧୪ ତାରିଖରେ ନିଲମ୍ବନ କରିଛି ବିଜେଡି। କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୩ ଅଗଷ୍ଟ ଦିନ ସେ ନିଜେ ବିଜେଡିର ପ୍ରାଥମିକ ସଦସ୍ୟ ପଦର
ବିଜେଡି ଦଳ ରୁ ନିଲମ୍ବନ ପୂର୍ବରୁ ଇସ୍ତଫା - ବିଜେଡି ଛାଡିଲେ ବରିଷ୍ଠ ବିଜେଡି ନେତା ଆଡ଼ମା ରାବା


ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜ଼ିଲ୍ଲା ବିଜେଡି ଦଳରେ ବଡ ରାଜନୈତିକ ଘଟଣା। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଆଡ଼ମା ରାବାଙ୍କୁ ଦଳରୁ ୧୪ ତାରିଖରେ ନିଲମ୍ବନ କରିଛି ବିଜେଡି। କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୩ ଅଗଷ୍ଟ ଦିନ ସେ ନିଜେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇସାରିଥିଲେ। ତେଣୁ ଦଳର ନିଲମ୍ବନ ନୋଟିସ୍ ପୂର୍ବରୁ ହିଁ ସେ ଦଳ ଛାଡିସାରିଥିଲେ।

ଏ ସମ୍ପର୍କରେ ମାଲକାନଗିରି ଜ଼ିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ କହିଛନ୍ତି ଯେ, ଆଡ଼ମା ରାବା ଦଳ ବିରୋଧୀ କାର୍ଯ୍ୟକଳାପ ଓ ଶୃଙ୍ଖଳା ଭଙ୍ଗ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଦଳର ହାଇକମାଣ୍ଡ ନେଇଛନ୍ତି ।

ଅନ୍ୟପକ୍ଷରେ ଏହାକୁ ନେଇ ଶ୍ରୀ ରାବା କହିଛନ୍ତି ପୂର୍ବରୁ ବିଜେଡି ପକ୍ଷରୁ ଦୁଇ ଥର ଯୁବ ବିଜେଡି ସଭାପତି, ଦୁଇ ଥର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟକୁ ମୁଁ ସୁଚାରୁ ରୂପେ ସମ୍ପାଦନ କରିଥିଲି ସେଥିପାଇଁ ରାଜ୍ୟ ବିଜେଡି ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ ପ୍ରଦାନ କରିଛନ୍ତି। କିନ୍ତୁ ବର୍ତମାନ ଦଳୀୟ କାର୍ଯ୍ୟକଳାପରେ ମୋତେ ଉପେକ୍ଷିତ ଓ ଅଣଦେଖା କରିଥିବାରୁ ମାନସିକ ସ୍ତରରେ ଦୁଃଖିତ ମନରେ ବିଜେଡି ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବାର ପ୍ରକାଶ କରିଛନ୍ତି। ଇସ୍ତଫା ପରେ ନିଲମ୍ବନ ଘଟଣାକୁ ନେଇ ମାଲକାନଗିରି ଜ଼ିଲ୍ଲା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଆଡ଼ମା ରାବା ଏବେ କେଉଁ ଦଳରେ ଯୋଗ ଦେବେ। ସେ ଉପରେ ରହିଛି ସମସ୍ତଙ୍କ ନଜର।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande