ବ୍ରଜରାଜନଗର ପୌରାଞ୍ଚଳରେ ‘ତ୍ରିରଙ୍ଗା ଶୋଭାଯାତ୍ରା’
Tiranga rally at Brajrajnagar
Tiranga rally at Brajrajnagar


ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- ରାଜ୍ୟବ୍ୟାପୀ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବ୍ରଜରାଜନଗର ପୌରପାଳିକା ପକ୍ଷରୁ ଏକ ବିଶାଳ ‘ତ୍ରିରଙ୍ଗା ଶୋଭାଯାତ୍ରା’ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ଶୋଭାଯାତ୍ରାରେ ମନ୍ତ୍ରୀଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି. ଆର୍. ରାଘବେନ୍ଦ୍ର, ବ୍ରଜରାଜନଗର ପୌରପାଳିକା ଅଧ୍ୟକ୍ଷ ଗୋପାଳ ସୀତାନୀ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ , ସ୍ଥାନୀୟ ଏସଡିପିଓ ଏବଂ ସମସ୍ତ କାଉନସିଲର ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲା ‘ସୁଭଦ୍ରା ଶକ୍ତି’ର ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ ଏକ ବିଶାଳ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ପ୍ରଦର୍ଶନ। ଏହାସହ ବିଭିନ୍ନ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ, ଯୁବବର୍ଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ହାତରେ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande