
ନୂଆପଡ଼ା, ୧୪ ଅଗଷ୍ଟ (ହି.ସ.)- ହର ଘର ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ଆଜି ବୋଡ଼େନ ବି ଡି ଓ ଚିନ୍ମୟ କୁମାର ସାଗରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୋଡ଼େନ ଠାରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଦେଶ ପ୍ରେମ ଓ ଜାତୀୟତା ବୋଧର ଏହି ଶୋଭାଯାତ୍ରା ଏସ ଏସ ଡି ଖେଳ ପଡିଆ ଠାରୁ ଆରମ୍ଭ ହୋଇ ପ୍ରାୟ ତିନି କିଲୋମିଟର ଫୋର୍ ୱେ ରାସ୍ତା ପର୍ଯ୍ୟନ୍ତ ଅଂଶ ଗ୍ରହଣକାରୀ ମାନେ ହାତରେ ତ୍ରିରଙ୍ଗା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶ ପ୍ରେମର ବାର୍ତା ଦେଇଥିଲେ ।ଏହି ଶୋଭା ଯାତ୍ରାରେ ବି ଡି ଓ ଙ୍କ ସମେତ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ବ୍ଲକ ଉପାଧ୍ୟକ୍ଷା ସଂଗୀତା ମାଝୀ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲମ୍ବୋଦର ନିଆଲ, ଆଇ ଆଇ ସି ଧର୍ମେନ୍ଦ୍ର କୁମାର ଭୁଏ, ବିଜେପି ପୂର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ଜିତ ସିଂ ମଲ୍ଲିକ,ଉଭୟ ମଣ୍ଡଳ ସଭାପତି ନୀଳାମ୍ବର ମେହେର ଓ ରାଜ କିଶୋର ହେର୍ଣ୍ଣା,ସି ଡି ପି ଓ ଅର୍ଚ୍ଚନା ରାଉତ,ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଗୟାଧର ମହାନ୍ତି,ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅବନୀ ଖମାରି, ବି ପି ସି ବିଜୟ କୁମାର ଭିତ୍ରିଆ,ବି ଏଲ ସି ସୁନୀତା ସୁନା, ଏ ବି ଏଫ୍ ରାକେଶ କୁମାର ଷଡଙ୍ଗୀ,ଏ ପି ଓ ରବିନାରାୟଣ ରାଉତ,ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର,ପୋଲିସ ବିଭାଗ,ଅଗ୍ନି ସମ ବିଭାଗ,ରାଜସ୍ୱ ବିଭାଗ,ଶିକ୍ଷା ବିଭାଗ,କୃଷି ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ