
ଗଞ୍ଜାମ, ୧୪ ଅଗଷ୍ଟ (ହି.ସ.)- ଗତକାଲି ଅପରାହ୍ନ ସମୟରେ ଗେଟ୍ ବଜାର ଫ୍ଲାଏ ଓଭର କାମ ଯୋଗୁଁ ବିଶାଳ ଛକରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ କନେଷ୍ଟବଳ ସୁକୁମାରୀ ମଲ୍ଲିକ ଓ କନେଷ୍ଟବଳ ଆର ସଦାନନ୍ଦ। ସେତେବେଳେ ଗୋଟିଏ କିଆ ଗାଡ଼ି ନିଷେଧ ସ୍ଥାନକୁ ଜୋର କରି ପଶିବାକୁ ଚେଷ୍ଟା କରିଥିଲା। ଗାଡ଼ି ଅଟକାଇବାରୁ ଗାଡ଼ିରେ ଥିବା ଦୁଇ ଜଣ ଅଶ୍ଲୀଳ ଗାଳି ଦେଇ ମାଡ଼ ମାରିଥିଲେ ଏବଂ ହତ୍ୟା ଧମକ ଦେଇଥିଲେ। ଉଭୟ ମଦ୍ୟପ ଅବସ୍ଥାରେ ଥିବା ଜଣାପଡିଥିଲା। ଗତକାଲି ବ୍ରହ୍ମପୁର ଟାଉନ୍ ଥାନାରେ ମାମଲା ନମ୍ବର ତିନିଶହ ଏକଷଠି ଦୁଇ ହଜାର ଛବିଶ ରୁଜୁ ହୋଇଛି। ଏହି ଘଟଣାରେ ଅନନ୍ତ କେଶରୀ ଦେବ, ବୟସ ପଇଁତ୍ରିଶ, ଗାଁ ଦକ୍ଷିଣପୁର ଏବଂ ଶିବରାମ ପ୍ରଧାନ, ବୟସ ଅଣଚାଳିଶ, ଗାଁ ଦକ୍ଷିଣପୁର ଗିରଫ ହୋଇଛନ୍ତି। କିଆ ଗାଡ଼ି ଗୋଟିଏ ଜଵତ ହୋଇଛି। ଟାଉନ୍ ଥାନାର ସହକାରୀ ଉପନିରୀକ୍ଷକ ନିଗମ ଚନ୍ଦ୍ର ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି। ଆଇନ ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ