କୁଡୁମୁଲୁଗୁମ୍ମାରେ ତ୍ରିରଙ୍ଗା ଶୋଭାଯାତ୍ରା
ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ସ୍ୱାଧୀନତାର ୮୦ ତମ ବର୍ଷ ପାଳନ ଅବସରରେ ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳ ବାସୀଙ୍କ ମଧ୍ୟରେ ଜାତୀୟ ଏକତା ଭାଇଚାରା ଓ ଦେଶପ୍ରେମ ବାର୍ତ୍ତା ନେଇ ଆୟୋଜିତ ଶୋଭାଯାତ୍ରାରେ ଗ୍ରାମର ମ
କୁଡୁମୁଲୁଗୁମ୍ମାରେ ତ୍ରିରଙ୍ଗା ଶୋଭାଯାତ୍ରା।


ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ସ୍ୱାଧୀନତାର ୮୦ ତମ ବର୍ଷ ପାଳନ ଅବସରରେ ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳ ବାସୀଙ୍କ ମଧ୍ୟରେ ଜାତୀୟ ଏକତା ଭାଇଚାରା ଓ ଦେଶପ୍ରେମ ବାର୍ତ୍ତା ନେଇ ଆୟୋଜିତ ଶୋଭାଯାତ୍ରାରେ ଗ୍ରାମର ମୁଖ୍ୟ ଲୋକେ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ୧୦୦ ମିଟର ଲମ୍ବାର ତ୍ରିରଙ୍ଗାକୁ ଧରି ଦେଶ ପ୍ରେମର ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରୁ ବାହାରି ପୁରା ବଜାର ପରିକ୍ରମା କରିବା ସହ କଲ୍ୟାଣ ମଣ୍ଡପ ପାଖରୁ ବୁଲି ଫୁଣି ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟକୁ ଫେରିଥିଲେ । ଆୟୋଜକଙ୍କ ପକ୍ଷରୁ ଅଞ୍ଚଳର ସମସ୍ତ ଜନ ସାଧାରଣ ମାନଙ୍କୁ ସ୍ୱାଧୀନତା ଦିବସରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।

ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ବିଜେପି ଜିଲ୍ଲା ଉପ ସଭାପତି ତଥା ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ବିଜେପି ଖଇରପୁଟ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରା, କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ନାୟକ, ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଡାରୱିନ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମହାନ୍ତି, ପିଏମ୍ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ପୂଜାରୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପଲ୍ ମହେଶ୍ୱର ସାହୁ, ଖଇରପୁଟ ପୂର୍ବତନ ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ, ବିଜେପିର ତ୍ରିରଙ୍ଗା ଯାତ୍ରାର ଜିଲ୍ଲା ସଂଯୋଜକ ରାଜକିଶୋର ମଣ୍ଡଳ, ଜିଲ୍ଲା ସହ ସଂଯୋଜକ ତଥା ମଣ୍ଡଳ ସାଧାରଣ ସମ୍ପାଦକ ଭବତୋଷ ମଣ୍ଡଳ, ମଣ୍ଡଳ କୋଷାଧ୍ୟକ୍ଷ ଅଜୟ କୁମାର ପଟ୍ଟନାୟକ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗି, ସାମ୍ବାଦିକ ଭଗବାନ୍ ସାହୁ, ପ୍ରଭାକର ସୁନା, ହିମାଂଶୁ ଶେଖର ସ୍ୱାଇଁ, ଟଙ୍କଧର ହନ୍ତାଳ, ଗୋପୀନାଥ ଦାସ, ସୁଧୀର କୁମାର ପ୍ରଧାନ, ଶିକ୍ଷକ ସୁଧାକର ନାୟକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande