
କେନ୍ଦୁଝର, ୧୪ ଅଗଷ୍ଟ (ହି.ସ.) କେନ୍ଦୁଝରରେ ଭୋକ ବିକଳରେ ଗାଁ କୁ ଆସି ଜାଲ ରେ ଫସିଲେ ଦୁଇ ଛୁଆ ଭାଲୁ । କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଚକ ଓ ମଇଦାନକେଲ୍ ମଝି ଗ୍ରାମ୍ୟ ଜଙ୍ଗଲରେ ଏକ ବାରହା ଫାଶରେ ଦୁଇଟି ଛୁଆ ଭାଲୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ତୁରନ୍ତ ଖବର ପୋଲିସ ଘଟଣା ସ୍ଥଳରେ ପହଂଚି ଭାଲୁ ଦୁଇଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଛନ୍ତି।
ବିକାଶ ନାଁ ରେ ଚାଲିଛି ଜଙ୍ଗଲର ବ୍ୟାପକ ବିନାଶ। ଫଳରେ ଭୋକ ବିକଳରେ ବନ୍ୟ ଜନ୍ତୁ ଏବେ ଗାଁ ମୁହାଁ। ବର୍ତମାନ ଚାଷ କାର୍ଯ୍ୟ ପ୍ରଚୁର ପରିମାଣରେ ହେଉଥିବା ଯୋଗୁଁ ଜଙ୍ଗଲି ଜନ୍ତୁ ସବୁ ଗାଁ ମୁହାଁ ହେଇଚନ୍ତି। ବନ୍ୟ ଜନ୍ତୁ ରୁ ଫସଲକୁ ସୁରକ୍ଷା ଦେବା ପାଇଁ ଗାଁ ଲୋକେ ଏବେ ବନ୍ୟ ଜଙ୍କୁଙ୍କ ଚଲା ପଥରେ କୋଉଠି ଫାସ ପକାଇ ତ କେଉଁଠି ଖୋଳି ବାଡ ଦେଇ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ବନ୍ୟ ଜନ୍ତୁ ମଧ୍ୟ କଳେବଳେ କୌଶଳରେ ଫସଲ ଖାଇ ନିଜ ଜିବନ ବଂଚାଇବାକୁ ଚେଷ୍ଟା କରୁଛନ୍ତି। ସେହି କ୍ରମରେ ଆଜି ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ବେଳେ ବାରହା ଫାଶରେ ପଡ଼ି ଯାଇଥିଲେ। ବନ୍ୟ ୍ୱିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଭାଲୁ ଦୁଇଟିକୁ ଟ୍ରାଙ୍କୁ ଲାଇଯ୍ କରି ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛା ଡି ଦେଇଚନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ ଏ ଅଂଚଳରେ ପାଂଚ ରୁଛ ଟି ଭାଲୁ ଚଳପ୍ରଚଳ କରନ୍ତି। ତା ସହ ବାରହା, କୁଟୁରା, ହାତୀ ଭଳି ବନ୍ୟଜନ୍ତୁ ଙ୍କ ଅବାଧ ପ୍ରବେଶ ରହିଛି। ଏଣୁ କେହି ଫାସ ପକାଇ ଥିବା ବେଳେ ଭାଲୁ ଛୁଆ ଦୁଇଟି ପଡ଼ି ଯାଇଛନ୍ତି।
ସବୁବେଳେ ବନ୍ୟଜନ୍ତୁଙ୍କ ଜିବନ ବିପଦରେ ପଡ଼ିଥିବା ନେଇ ପରିବେଶ ବିତ୍ ମାନେ ଚିନ୍ତା ପ୍ରକଟ କରିବା ସହ ଏମାନଙ୍କ ସୁରକ୍ଷା ଦିଗରେ ସରକାର୍ ଚିନ୍ତା କରିବାକୂ ଅନୁରୋଧ କରିଛନ୍ତି।
ନଚେତ୍ ଆଗାମୀ ଦିନରେ ବନ୍ୟଜନ୍ତୁ ଦେଖିବାକୁ ସପ୍ନ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଅନ୍ୟପଟେ ବନ ବିଭାଗ ଅଧିକାରୀଙ୍କ କହିବା କଥା ଭାଲୁ ଛୁଆ ଦୁଇଟି ଛଅ ସାତ ମାସର ହେବେ। ଏବଂ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଇଆଯିଛି।
-------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA