ସରକାରୀ ମହିଳା ମହାବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା
ଜୟପୁର, ୧୪ ଅଗଷ୍ଟ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ'' ହର ଘର ତ୍ରିରଙ୍ଗା '' ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିବେକାନନ୍ଦ ସୁନା ଶୋଭାଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ଛାତ୍ରୀମାନଙ୍କ ମ
ସରକାରୀ ମହିଳା ମହାବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା


ଜୟପୁର, ୧୪ ଅଗଷ୍ଟ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ' ହର ଘର ତ୍ରିରଙ୍ଗା ' ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିବେକାନନ୍ଦ ସୁନା ଶୋଭାଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ଛାତ୍ରୀମାନଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରିବା ସହିତ ତ୍ରିରଙ୍ଗା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଯେ, ଜନସାଧାରଣଙ୍କ ମଧ୍ୟରେ ଜାତୀୟ ଜାଗରଣ ଏବଂ ଏକତା ଭାବ ସୃଷ୍ଟି କରିବା। ଶୋଭାଯାତ୍ରାଟି ମହାବିଦ୍ୟାଳୟ ପରିସର ଠାରୁ ଆରମ୍ଭ ହୋଇ ଜୟପୁର ସ୍ଥିତ ରଜାନଗରଠାରେ ପହଞ୍ଚି ପୁନଶ୍ଚ ପ୍ରତ୍ୟାବର୍ତ୍ତନ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଏବଂ ଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande