ଅଇଁଲାମାଲରେ ପାଣିରେ ବୁଡ଼ି ଯୁବକ ମୃତ
Youth died in pond at keldଲamal
Youth died in pond at keldamal


ଝାରସୁଗୁଡ଼ା, ୧୪ ଅଗଷ୍ଟ (ହି.ସ.)- କୋଲାବିରା ଥାନା କେଲେଣ୍ଡାମାଲ ପଞ୍ଚାୟତ ଅଇଁଲାମାଲ ଗ୍ରାମରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି l ମୃତ ଯୁବକ ହେଲେ ଅଇଁଲାମାଲ ଗ୍ରାମର ରାଜକୁମାର ପ୍ରଧାନଙ୍କ ପୁଅ ନରେନ୍ଦ୍ର ପ୍ରଧାନ(୩୫) l

ନରେନ୍ଦ୍ର ଗୁରୁବାର ସନ୍ଧ୍ୟାରେ ନିଜ ଗ୍ରାମ ପୋଖରୀକୁ ଶୌଚ ପାଇଁ ଯାଇଥିଲେ ଓ ଘରକୁ ଫେରିନଥିଲେ l ପରିବାର ଲୋକ ତାଙ୍କୁ ଖୋଜାଖୋଜି କରି ପାଇ ନଥିଲେ l ଆଜି ନରେନ୍ଦ୍ରଙ୍କ ମରଶରୀର ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା l ସେ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି l କୋଲାବିରା ଅଗ୍ନିଶମ ବାହିନୀ ପୋଖରୀରୁ ଯୁବକଙ୍କ ଶବକୁ ଉଦ୍ଧାର କରି ବାହାରକୁ ଆଣିଥିଲେ l କୋଲାବିରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟମର୍ଟମ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande