ବିଭାଜନ ବିଭୀଷିକା ଦିବସ ଅବସରରେ କବିତା ପାଠୋତ୍ସବ
ପୁରୀ, ୧୪ ଅଗଷ୍ଟ (ହି.ସ.)- ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ସଦଭାବନା ସଭାଗୃହ ଠାରେ କବିତା ପାଠୋତ୍ସବ ଓ ବିଭାଜନ ବିଭୀଷିକା ଦିବସ ଅନୁଷ୍ଠିତ ହୋଇଥିଲା । ଜିଲ୍
ବିଭାଜନ ବିଭୀଷିକା ଦିବସ ଅବସରରେ କବିତା ପାଠୋତ୍ସବ


ପୁରୀ, ୧୪ ଅଗଷ୍ଟ (ହି.ସ.)- ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ସଦଭାବନା ସଭାଗୃହ ଠାରେ କବିତା ପାଠୋତ୍ସବ ଓ ବିଭାଜନ ବିଭୀଷିକା ଦିବସ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ୧୯୪୭ ମସିହା ଆଜିର ଦିବସକୁ ଦେଶ ବିଭାଜନର ଦିବସ ଭାବେ ପାଳିତ ହେଉଛି। ସେ ଦିନର ଲୋମହର୍ଷଣକାରୀ ବିଭିଷୀକା ଯାହା ଇତିହାସରେ ଆମେ ପଢିଛନ୍ତି ଓ ବରିଷ୍ଠଙ୍କ ଠାରୁ ଶୁଣିଛନ୍ତି ତାହା ହୃଦୟ ବିଦାରକ। ଆଜି ତାହାର ସ୍ମୃତି ଚାରଣ ଆମେ କରୁଛନ୍ତି ବୋଲି କହିବା ସହ କବି ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସଦାଶିବ ମିଶ୍ର, କ୍ରିଷ୍ଣା ମହାପାତ୍ର, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଯୋଗଦାନ କରି ଦିବସର ମହତ୍ୱ ସମ୍ପର୍କରେ ଅଲୋକପାତ କରିଥିଲେ l ଏହାପରେ ବିଭାଜନ ବିଭୀଷିକା ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଓ ଗୀତିନାଟ୍ୟ ପ୍ରଦର୍ଶିତ ହୋଇଥିଲା l କବିତା ପାଠକୁ ସଂଯୋଜନା କରିଥିଲେ ସର୍ବାଣି ଦାଶ, କବିତା ପାଠ ଉତ୍ସବରେ ସୁରେଶ କୁମାର ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଦେଵୀ, ରବୀନ୍ଦ୍ର ନାଥ ପଟ୍ଟନାୟକ, ଯୋଗେଶ୍ୱର ପ୍ରହରାଜ, ରଚିତା ରାଉତରାୟ, ଅଶୋକ କୁମାର ମିଶ୍ର, କମଲିନି ପାଣିଗ୍ରାହୀ, ସଂଗ୍ରାମ ମିଶ୍ର, ପ୍ରବାସିନୀ ମିଶ୍ର, ପ୍ରଭାତ ଚନ୍ଦ୍ର ରଥ, ବିଜୟ କୁମାର ପରିଡା, ମିନତୀ ମିଶ୍ର, ବିଜୟ ଲଷ୍ମୀ ସାହୁ, ବିଜୟ କୁମାର ପଣ୍ଡା, କାଶୀନାଥ ଖୁଣ୍ଟିଆ, ଅଭିମନ୍ୟୁ ରାୟଗୁରୁ, ଶ୍ୟାମପ୍ରକାଶ ସେନାପତି, ରୋଜାଲିନ ପଣ୍ଡା, ବିଶ୍ୱରଂଜନ ପାତ୍ର ପ୍ରମୁଖ ଦେଶାତ୍ମବୋଧ କବିତା ପାଠ କରିଥିଲେ। ପ୍ରାରମ୍ଭରେ ଦେଶ ବିଭାଜନର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରିଶେଷରେ ବିପିନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande