‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପ୍ରାଣ ହରାଇଥିବା ସମସ୍ତ ପୁଣ୍ୟାତ୍ମାଙ୍କୁଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)-‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପ୍ରାଣ ହରାଇଥିବା ସମସ୍ତ ପୁଣ୍ୟାତ୍ମାଙ୍କୁଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଆମ ଇତିହାସର ସେହି
‘ବିଭାଜନ ବିଭୀଷିକା     ସ୍ମୃତି ଦିବସ’ ପ୍ରାଣ ହରାଇଥିବା ସମସ୍ତ ପୁଣ୍ୟାତ୍ମାଙ୍କୁଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)-‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପ୍ରାଣ ହରାଇଥିବା ସମସ୍ତ

ପୁଣ୍ୟାତ୍ମାଙ୍କୁଶ୍ରଦ୍ଧାଂଜଳି

ଜ୍ଞାପନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ସେ କହିଛନ୍ତି ଯେ, ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଆମ ଇତିହାସର ସେହି

ଯନ୍ତ୍ରଣାଦାୟକ ଅଧ୍ୟାୟ, ଯାହା ଅସଂଖ୍ୟ

ପରିବାରକୁ ହିଂସା, ବିସ୍ଥାପନ ଏବଂ ନିଜ

ଆତ୍ମୀୟଙ୍କଠାରୁ ବିଚ୍ଛିନ୍ନ ହେବାର ଅସହ୍ୟ ଯନ୍ତ୍ରଣା ଦେଇଥିଲା। ସେହି କଠିନ ସମୟରେ ନିଜ ଘର, ପ୍ରିୟଜନ ଏବଂ

ଜନ୍ମଭୂମିଠାରୁ ଦୂରେଇ ଯାଇଥିବା ଲୋକମାନେ ଅଦମ୍ୟ ସାହସ ଓ ଧୈର୍ଯ୍ୟର ସହିତ ନିଜ ଜୀବନକୁ

ପୁଣିଥରେ ସଜାଡ଼ିବାକୁ ପ୍ରୟାସ କରିଥିଲେ। ବିଭାଜନର ଏହି ବିଭୀଷିକାରେ ନିଜ ପ୍ରାଣ ହରାଇଥିବା

ସମସ୍ତ ପୁଣ୍ୟାତ୍ମାଙ୍କୁ ମୁଁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande