ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳିକାର ମୃତ୍ୟୁ
ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ବାସନ ମାଜୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୧୩ ବର୍ଷୀୟା ନାବାଳିକାର ଦୁଃଖଦ ମୃତ୍ୟୁ ଘଟିଛି। ଘଟଣାଟି କାଲିମେଳା ଥାନା ଅନ୍ତର୍ଗତ ଗୁରାଲୁର ଗ୍ରାମରେ ଘଟିଛି। ମୃତ ନାବାଳିକା ହେଲେ ଦୁଲାଗୁଣ୍ଡି ଗ୍ରାମର ବଜାୟ କରନେନଙ୍କ ଝିଅ ମନାମା କରନେନ। ସୂଚନା ଅନୁ
ବାସନ ମାଜୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୧୩ ବର୍ଷୀୟା ନାବାଳିକାର


ବାସନ ମାଜୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୧୩ ବର୍ଷୀୟା ନାବାଳିକାର


ମାଲକାନଗିରି, ୧୪ ଅଗଷ୍ଟ (ହି.ସ.)- ବାସନ ମାଜୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୧୩ ବର୍ଷୀୟା ନାବାଳିକାର ଦୁଃଖଦ ମୃତ୍ୟୁ ଘଟିଛି। ଘଟଣାଟି କାଲିମେଳା ଥାନା ଅନ୍ତର୍ଗତ ଗୁରାଲୁର ଗ୍ରାମରେ ଘଟିଛି। ମୃତ ନାବାଳିକା ହେଲେ ଦୁଲାଗୁଣ୍ଡି ଗ୍ରାମର ବଜାୟ କରନେନଙ୍କ ଝିଅ ମନାମା କରନେନ।

ସୂଚନା ଅନୁଯାୟୀ, ମନାମା ଗୁରଲୁର ଗ୍ରାମରେ ନିଜ ବଡ଼ବାପା ବଡୟା ପଳାସୀଙ୍କ ଘରେ ରହି ଧାନ ତଳି ରୋଇବା କାମ କରୁଥିଲେ। ଗତକାଲି ଜମିରେ ଧାନ ତଳି ରୋଇବା ପରେ ସେ ବଡ଼ବାପାଙ୍କ ଘରକୁ ଖାଇବା ପାଇଁ ଆସିଥିଲା। ଖାଇସାରି ଘର ସମ୍ମୁଖରେ ବାସନ ମାଜୁଥିବା ସମୟରେ ହଠାତ୍ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାସନ ମାଜୁଥିବା ସ୍ଥାନ ନିକଟରେ ଥିବା ଏକ ପୁରୁଣା ଲୁହା ପୋଲରୁ ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡ଼ିଥିଲା। ଫଳରେ ମାଟିରେ ବିଦ୍ୟୁତ୍ ପ୍ରବାହିତ ହୋଇଥିବା ଯୋଗୁଁ ନାବାଳିକା ଜଣକ କରେଣ୍ଟରେ ଲାଗିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଜଣେ ନିରୀହ ନାବାଳିକାର ଜୀବନ ଚାଲିଗଲା ବୋଲି ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏ ସଂକ୍ରାନ୍ତରେ କାଲିମେଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ଵ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande