ପଖିଆ ସହ ଚୁକ୍ତି, ବଜ୍ରପାତ ରୁ ମୁକ୍ତି କାର୍ଯ୍ୟକ୍ରମ ର ଶୁଭାରମ୍ଭ
କେନ୍ଦ୍ରାପଡ଼ା , 14 ଅଗଷ୍ଟ (ହି.ସ.)ଆମ ଓଡିଶା କୃଷି ପ୍ରଧାନ ରାଜ୍ୟ ଅଟେ । କେନ୍ଦ୍ରାପଡ଼ା ଜିଲ୍ଲା କୃଷିପ୍ରଧାନ ଜିଲ୍ଲା ସହ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ଅଟେ କ୍ଷ ଏହି ଜିଲ୍ଲା ରେ ସବୁ ସମୟରେ ପ୍ରକୁତି ର ତାଣ୍ଡବ ଦେଖିବାକୁ ମିଳିଥାଏ । ଯାହା ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି ଓ ବଜ୍ରପାତ ରହିଛି
\ପଖିଆ ସହ ଚୁକ୍ତି, ବଜ୍ରପାତ ରୁ ମୁକ୍ତି\ କାର୍ୟ୍ୟକ୍ରମ ର ଶୁଭାରମ୍ଭ କ୍ଷ


କେନ୍ଦ୍ରାପଡ଼ା , 14 ଅଗଷ୍ଟ (ହି.ସ.)ଆମ ଓଡିଶା କୃଷି ପ୍ରଧାନ ରାଜ୍ୟ ଅଟେ । କେନ୍ଦ୍ରାପଡ଼ା ଜିଲ୍ଲା କୃଷିପ୍ରଧାନ ଜିଲ୍ଲା ସହ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ଅଟେ କ୍ଷ ଏହି ଜିଲ୍ଲା ରେ ସବୁ ସମୟରେ ପ୍ରକୁତି ର ତାଣ୍ଡବ ଦେଖିବାକୁ ମିଳିଥାଏ । ଯାହା ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି ଓ ବଜ୍ରପାତ ରହିଛି କ୍ଷ ବର୍ଷା ଦିନ ସମୟରେ ବଜ୍ରପାତ ରେ ଚାଷ କରୁଥିବା ଚାଷୀ ଙ୍କର ମୃତ୍ୟୁ ସଂଖ୍ୟା ଏବେ ବଢ଼ି ଚାଲିଛି କ୍ଷ ବୈଜ୍ଞାନିକ ମତ ଅନୁସାରେ ତାଳପତ୍ର ପଖିଆ ଚାଷୀ ଙ୍କ ପାଇଁ ବରଦାନ ଅଟେ । ଏହାକୁ ପିନ୍ଧି କାମ କରୁଥିବା ବ୍ୟକ୍ତି ମୃତ୍ୟୁମୁଖ ରେ ନ ପଡିବା ର ବହୁବାର ନଜିର ରହିଛି କ୍ଷ ଏହି ସବୁ ବିଜ୍ଞାନିକ ମତ ଓ ପୁରୁଣା ବୟସ୍କ ଙ୍କ ଆଲୋଚନା କୁ ପାଥେୟ କରି ଚାଷୀ ଭାଇ ମାନଙ୍କ ପାଇଁ ଗୋଟିଏ ନୂତନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି, ଯାହାର ନାମକରଣ ହୋଇଛି ପଖିଆ ସହ ଚୁକ୍ତି, ବଜ୍ରପାତ ରୁ ମୁକ୍ତି । ଏହି କାର୍ୟ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି । ଚାଷୀ ଭାଇ ଙ୍କ ଜୀବନ କୁ ବଞ୍ଚାଇବା ପାଇଁ ଆମର ବିଚାର ବୋଲି ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ ମତ ଦେଇଛନ୍ତି କ୍ଷ ପ୍ରଥମ ପର୍ୟ୍ୟାୟ ରେ କେନ୍ଦ୍ରାପଡ଼ା ଜିଲ୍ଲାର ବସପୁର ନିକଟବର୍ତୀ ଚାଷ ଜମି ରେ ଚାଷୀ ମାନଙ୍କୁ ସଚେତନ କରାଯାଇ ପଖିଆ ବଣ୍ଟନ କରାଯାଇଛି କ୍ଷ ତାଳପତ୍ର ପଖିଆ ର ଉପକାରିତା ବିଷୟରେ ଜଣାଇବା ସହ ବଜ୍ରପାତ ରୁ ମୁକ୍ତି ପାଇଁ ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ଦିଆଯାଇଛି କ୍ଷ ପୁରୁଖା ଚାଷୀ ୮୫ ବର୍ଷୀୟା ଶାମ ସୁନ୍ଦର ନାୟକ ଚାଷ କରୁଥିବା ସମୟରେ ତାଳପତ୍ର ପଖିଆ କୁ ଦେଖି ଭାବ ରେ କହିଥିଲେ ଆଜି ଆମ ଅମଳ ର ଜିନିଷ ଦେଖିଲି, ଆଉ ବିଜୁଳି କି ଘଡଘଡି କୁ ଡର ନାହିଁ କ୍ଷ ଆଜି ର କାର୍ୟ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ତପନ ସେନାପତି,ବସନ୍ତ କୁମାର ନାୟକ, ଘନଶ୍ୟାମ ଗିରି, କାଳନ୍ଦୀ ମଲ୍ଲିକ, ତପନ ନାଥ ଓ ସ୍ଥାନୀୟ ଯୁବକ ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande