
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ସ୍ଥିତି ଏବଂ୪୫ ପଞ୍ଚାୟତ
ପ୍ରଭାବିତ ହୋଇଛି । ଏନେଇ ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ୍ ସୂଚନା ଦେଇଛନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ଵର ଓ
ମୟୂରଭଞ୍ଜରେ ବନ୍ୟା ସ୍ଥିତି ଉପୁଜିଛି । ଓଡ୍ରାଫର ୧୦ ଓ ଏନଡିଆରଏଫର ୭ ଟିମ୍ ମୁତୟନ ହୋଇଛନ୍ତି
।
ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଜଳ ବଢ଼ିଛି । ବୈତରଣୀ ବନ୍ୟାରେ
ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି । ପୂର୍ବରୁ ହୋଇଥିବା ଘାଇ ଦେଇ ବନ୍ୟା ଜଳ ପ୍ରବେଶ
କରିଛି । ଓଡ୍ରାଫ, ଏନଡିଆରଏଫ ଟିମ୍
ମୁତୟନ, ସିନିୟର ଅଫିସର୍
ନିୟୋଜିତ ହୋଇଛନ୍ତି । ବୁଢାବଳଙ୍ଗ ପାଣି ବାରିପଦା ସହରରେ ପ୍ରବେଶ କରିଥିଲା ବୋଲି ଏସଆରସି
ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା