କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା
ପୁରୀ, ୧୪ ଅଗଷ୍ଟ (ହି.ସ.) - କଷ୍ଟ ଅର୍ଜିତ ଧନ ହଜେ ନାହିଁ । ଶୁକ୍ରବାର ସକାଳ ଏକ ଅଲୌକିକ ଘଟଣା ଘଟିଯାଇଛି । ନିତିଦିନ କାର୍ଯ୍ୟ ପାଇଁ ପୁରୀର ବରିଷ୍ଠ ଖବରକାଗଜ ବିତରକ ତଥା ଖବରକାଗଜ ବିତରକ ସଂଘର ସମ୍ପାଦକ ଶାନ୍ତନୁ କୁମାର ସାହୁ ଝିପି ଝିପି ବର୍ଷାରେ ଚାରିନଳା ବିଶ୍ୱନାଥ ବିହାରରୁ ଖବରକାଗଜ ବିତରଣ କ
କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା


ପୁରୀ, ୧୪ ଅଗଷ୍ଟ (ହି.ସ.) - କଷ୍ଟ ଅର୍ଜିତ ଧନ ହଜେ ନାହିଁ । ଶୁକ୍ରବାର ସକାଳ ଏକ ଅଲୌକିକ ଘଟଣା ଘଟିଯାଇଛି । ନିତିଦିନ କାର୍ଯ୍ୟ ପାଇଁ ପୁରୀର ବରିଷ୍ଠ ଖବରକାଗଜ ବିତରକ ତଥା ଖବରକାଗଜ ବିତରକ ସଂଘର ସମ୍ପାଦକ ଶାନ୍ତନୁ କୁମାର ସାହୁ ଝିପି ଝିପି ବର୍ଷାରେ ଚାରିନଳା ବିଶ୍ୱନାଥ ବିହାରରୁ ଖବରକାଗଜ ବିତରଣ କରିବା ପାଇଁ ଟାଉନଥାନା ଛକରେ ପହଂଚିଥିଲେ । ବର୍ଷାରେ ଖବରକାଗଜ ଜରି ଘୋଢାଇ ରେନକୋର୍ଟ ପିନ୍ଧି ଦୋଳମଣ୍ଡପ ସାହିରେ ଖବରକାଗଜ ବାଂଟିବା ପରେ କାଳିକାଦେବୀ ସାହି ଗଛକାଳୀ ଲେନକୁ ଯାଇଥିଲେ । ସବୁଦିନ ପରି ବ୍ୟାଗରେ ଟଙ୍କା ଓ ମୋବାଇଲ ସାଇକେଲ ହ୍ୟାଣ୍ଡଲେ ରଖି ଫ୍ଲାଟ୍ ର ଲିପ୍ଟ ଯୋଗେ ୪ ମହଲା ଉପରକୁ ଯାଇ ଗ୍ରାହକଙ୍କୁ ଖବରକାଗଜ ଦେଇ ଫେରିବା ପରେ ଦେଖିଲେ ବ୍ୟାଗରୁ ମୋବାଇଲ ଓ ଟଙ୍କା ଥିବା ଜରି ନେଇଯାଇଛି । ପାଟି କରି ହୋହଲ୍ଲା କରିବାରୁ ମୋବାଇଲକୁ ତଳକୁ ପକାଇ ଦେଇଥିଲା । ମୋବାଇଲ ସୁରକ୍ଷିତ ରହିଥିଲା । ତରବର ହୋଇ ମୋବାଇଲ ଧରି ଶାନ୍ତନୁ ଘରକୁ ଫେରିଥିଲେ । ୫ ଘଂଟା ପରେ ବ୍ୟାଗ ଖୋଜିବାରେ ଟଙ୍କା ଜରି ନଥିଲା । ହଠାତ ପୁଅକୁ ଡାକି ମଟରସାଇକେଲ ଯୋଗେ ତରବରରେ ଗଛକାଳୀ ଫ୍ଲାଟ ନିକଟକୁ ଯାଇଥିଲେ । ଆପଟମେଂଟ ତଳ କାର ପାର୍କିଙ୍ଗ ସ୍ଥଳରେ ଖୋଜାଖୋଜି କରିବାରେ ୫ ଶହ ଟଙ୍କିଆ ୧୦ ଖଣ୍ଡ ମୋଟ ୫ ହଜାର ଟଙ୍କା ଅକ୍ଷତ ଅବସ୍ଥାରେ ଜରି ଭିତରେ ଗୁଡିଆ ହୋଇ ପଡିଥିବା ଦେଖିବାକୁ ପାଇଲେ । ଟଙ୍କା ପାଇବା ପରେ ନିକଟ ଦୋକାନରୁ କଦଳୀ କିଣି ମାଙ୍କଡ ମାନଙ୍କୁ ଦେଇଥିଲେ । ସେହିଠାରେ ଶାନ୍ତନୁ ହାତଟେକି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି କହିଲେ ପ୍ରଭୁ ମୋତେ ରକ୍ଷାକଲେ । କଷ୍ଟ ଅର୍ଜିତ ଧନ ପାଇଲି । ଖବରକାଗଜ ବିକ୍ରି ଅର୍ଥ ଏଜେଂଟକୁ ଦେବା ପାଇଁ ଆଣିଥିଲେ । ପରେ ସିଂହଦ୍ୱାର ସମ୍ମୁଖ ପତିତପାବନଙ୍କୁ ମୁଣ୍ଡିଆ ମାରି ଘରକୁ ଫେରିଲେ। ଅଲୌକିକ ଘଟଣା ଯୋଗୁ ଫ୍ଲାଟବାସୀ,ସିକ୍ୟୁରିଟ ଓ ହକର ଭାଇମାନେ ଆନନ୍ଦିତ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande