
ଜୟପୁର, ୧୪ ଅଗଷ୍ଟ (ହି.ସ.) - ବଟି ଆଦାୟ ଅଭି ଯୋଗରେ ୪ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଉମୁରି ଗ୍ରାମର ସୁବାସ ପରଜା (୨୪) ରାଜେଶ ମଙ୍ଗରିଆ (୨୩) କାର୍ତିକ ମୁଦୁଲି (୨୪) ସନ୍ତୋଷ ପରଜା (୧୯) । ପୋଲିସ ସୂଚନା ଅନୁଯାଇ ଜୟପୁର ସଦର ପୋଲିସ ବାଙ୍କବିଜା ଗ୍ରାମ ରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସ ସୁଚନା ପାଇଥିଲା । କୁନ୍ଦୁରା ରାସ୍ତାର ବାଗ୍ରା ଛକରେ ୪ ଜଣ ଦୁର୍ବୁତ ଲୋକ ମାନଙ୍କୁ ଅଟକାଇ ମାଡ ମାରିବାର ଧମକ ଦେଇ ମରଣାନ୍ତକ ଭୟ ସୃଷ୍ଟି କରିବା ସହ ଲୋକଙ୍କ ଠାରୁ ବଟି ଆଦୟ କରୁଛନ୍ତି । ସୂଚନା ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ୪ ଅଭିଯୁକ୍ତ ନାମରେ ମାମଲା ରୁଜୁ କରିଛି । ୪ ଅଭିଯୁକ୍ତ କୁ ଗିରଫ କରି ମୋବାଇଲ, ଟଙ୍କା, ସ୍କୁଟି ଗାଡି, ବାଡି କୁ ଜବତ କରିଛି । ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି