କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ତିନିମୂହାଣୀରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା
କେନ୍ଦ୍ରାପଡ଼ା , 14 ଅଗଷ୍ଟ (ହି.ସ.)କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରାଦେଶରେ ଦେଶପ୍ରତି ବୀର ମହା
କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ତିନିମୂହାଣୀରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା


କେନ୍ଦ୍ରାପଡ଼ା , 14 ଅଗଷ୍ଟ (ହି.ସ.)କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରାଦେଶରେ ଦେଶପ୍ରତି ବୀର ମହାପୁରୁଷଙ୍କ ବଳିଦାନକୁ ମନେପକାଇବା ତଥା ନାଗରିକମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତିର ଜାଗ୍ରତ କରାଇବା ଉଦେଶ୍ୟ ଆଭିମୁଖ୍ୟ ନେଇ ଏହି ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ତ୍ରିରଙ୍ଗାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାଟି ତିନିିମୁହାଣୀ, କଜଳା, ମହିପାଳ, ନୂଆ ବସଷ୍ଟାଣ୍ଡ, କାକଟ ଛକ, ବଡହାଟ ଆଦି ସହରାଚଁଳ ଛକ ଅତିକ୍ରମ କରି ପୁରୁଣା ବସଷ୍ଟାଣ୍ଡରେ ଶେଷ ହୋଇଥିଲା । ଦେଶପ୍ରତି ତ୍ୟାଗ ବଳିଦାନ ଦେଇଥିବା ବୀର ମହାପୁରୁଷଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ମହାକାଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି ଶସାଙ୍କ ଶେଖର ସେଠୀ, ଜିଲା ବିଜେପି ସାଧାରଣ ସଂପାଦକ ଅମିତାଭ ସୂଆର, ଭାରତଭୁଷଣ ଦାସ, ଅଭିମନ୍ୟୁ ଗୋଛାୟତ, ଜିଲା ବିଜେପି ମହିଳା ମୋର୍ଚା ସଭାନେତ୍ରୀ ଜ୍ୟୋତ୍ସାରନୀ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତାଞ୍ଜଳୀ ସେଠୀ ପ୍ରମୁଖ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ କେନ୍ଦ୍ରାପଡା ମହାବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande