
ଜୟପୁର, ୧୪ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଜାପୁର ଶିବ ମନ୍ଦିରରେ ଚୋରି। ସୂଚନା ଅନୁଯାୟୀ ଗତ ରାତିରେ ଦୁର୍ବୃତ୍ତମାନେ ବିଜାପୁର ଶିବ ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଲୁଟି ନେଇଛନ୍ତି। ମନ୍ଦିରର ହୁଣ୍ଡି ଟଙ୍କା ଦୀର୍ଘ ୫ ବର୍ଷ ଧରି ଖୋଲା ଯାଇ ନଥିଲା। ମନ୍ଦିର କମିଟି କହିବା ଅନୁଯାୟୀ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏବଂ ସୁନା ରୁପା ରହିଥିବା କହିଛନ୍ତି। ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ସେପଟେ ସାଇଣ୍ଟିଫିକ ଟିମ୍ ଆସିଲେ ମନ୍ଦିରର ଗର୍ଭ ଗୃହରୁ ଆଉ କ'ଣ ଚୋରି ହୋଇଛି ତାହା ସ୍ପଷ୍ଟ ହେବ। ଏହି କିଛି ମାସ ମଧ୍ୟରେ ବୋରିଗୁମ୍ମା ଅଞ୍ଚଳରେ ପାଖାପାଖି ୧୦ ରୁ ଉର୍ଦ୍ଧ୍ବ ମନ୍ଦିରରେ ଚୋରି ହୋଇଛି। ଦୁର୍ବୃତ୍ତ ମାନେ ମୁଖ୍ୟତଃ ମନ୍ଦିରକୁ ଟାର୍ଗେଟ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି