
ଜୟପୁର, ୧୪ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ସହରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ବନ୍ଦେ ମାତରମ୍’ ଓ ‘ଜୟ ହିନ୍ଦ’ ନାରାରେ ଦୁଲୁକିଲା ସହର। ପ୍ରଥମ ଥର ପାଇଁ ବୋରିଗୁମ୍ମା ସହରରେ ୫୦୦ ଶହ ମିଟରର ଏକ ଲମ୍ବା ତ୍ରିରଙ୍ଗା ପତାକା ପ୍ରଦର୍ଶିତ ହୋଇଥିଲା। ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା ‘ହର ଘର ତ୍ରିରଙ୍ଗା–୨୦୨୬’ ଅଭିଯାନର ଅଂଶସ୍ୱରୂପ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ସକାଳ ୯ଟାରେ ବୋରିଗୁମ୍ମା ସହରର ନୂଆ ବସଷ୍ଟେଣ୍ଡ ଠାରୁ ଏକ ବିଶାଳ ତ୍ରିରଙ୍ଗା ରାଲି ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶୋଭାଯାତ୍ରାରେ ବିଡ଼ିଓ, ସୁକାନ୍ତ ପଟନାୟକ, ତହସିଲଦାର ସୋମନ ବେହେରା ସମେତ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀ ଏବଂ ସହରର ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ।ପ୍ରଥମେ ସହିଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ୫ଶହ ମିଟର ତ୍ରିରଙ୍ଗା ପତାକା।
ହିନ୍ଦୁସ୍ଥାନ ସମାଚାର / ପିକେପି