
ନୂଆଦିଲ୍ଲୀ, ୧୮ ଅଗଷ୍ଟ (ହି.ସ.)- ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୨୦୨୦ର ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଟ୍ରାଏଲ କୋର୍ଟରୁ ମିଳିଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରୁଥିବା ଜାଭେଦଙ୍କ ଯାଚିକା ଉପରେ ଶୁଣାଣି କରି ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ମଧୁ ଜୈନଙ୍କ ବେଂଚ ମାମଲାର ପରବର୍ତୀ ଶୁଣାଣି ୨ ଡିସେମ୍ବରରେ କରିବାକୁ ଆଦେଶ ଦେଇଛନ୍ତି।
ଏଡିଶନାଲ ସେସନ୍ସ ଜଜ୍ ପ୍ରବୀଣ ସିଂହ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ତାହିର ହୁସେନ, ନାଜିମ, କାସିମ, ଅନସ ଏବଂ ଜାଭେଦଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। କୋର୍ଟ ଏହି ମାମଲାରେ ଛଅ ଅଭିଯୁକ୍ତ ହସୀନ ଓରଫ ମୁଲ୍ଲାଜୀ ଓରଫ ସଲମାନ, ସମୀର ଖାନ, ଫିରୋଜ, ଗୁଲଫାମ, ଶୋଏବ ଆଲମ ଓରଫ ବବି ଏବଂ ମୁନ୍ତଜିମ ଓରଫ ମୁସାଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିବାକୁ ଆଦେଶ ଦେଇଥିଲେ। ନାଜିମ ଏବଂ କାସିମ ଟ୍ରାଏଲ କୋର୍ଟରୁ ମିଳିଥିବା ଆଜୀବନ କାରାଦଣ୍ଡକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି, ଯାହା ଉପରେ ଆଜି ଶୁଣାଣି ହୋଇଥିଲା।
ଉଭୟଙ୍କ ଯାଚିକା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରିଛନ୍ତି। ଉଚ୍ଚ ନ୍ୟାୟାଳୟ ଉଭୟଙ୍କ ଦଣ୍ଡକୁ ନିଲମ୍ବିତ କରିବା ଦାବି ଉପରେ ଶୁଣାଣି କରି ସମ୍ପର୍କିତ ଜେଲ ଅଧିକାରୀଙ୍କୁ ଷ୍ଟେଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦଣ୍ଡ ନିଲମ୍ବନ ଉପରେ ୨ ଡିସେମ୍ବରରେ ଶୁଣାଣି ହେବ।
ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଂଚ ୩ ଜୁନ ୨୦୨୦ରେ ଏହି ମାମଲାରେ ଚାର୍ଜଶିଟ୍ ଦାଖଲ କରିଥିଲା। କ୍ରାଇମ ବ୍ରାଂଚର ଚାର୍ଜଶିଟ୍ରେ କୁହାଯାଇଥିଲା ଯେ ୨୪ ଏବଂ ୨୫ ଫେବୃଆରୀ ୨୦୨୦ରେ ତାହିର ହୁସେନ ନିଜ ଘର ଏବଂ ଚାନ୍ଦ ବାଗ ପୁଲିଆ ନିକଟସ୍ଥ ମସଜିଦରୁ ମଧ୍ୟ ଭିଡ଼ର ନେତୃତ୍ୱ ନେଇଥିଲେ ଏବଂ ତାହାକୁ ସାମ୍ପ୍ରଦାୟିକ ରୂପ ଦେଇଥିଲେ। ଚାର୍ଜଶିଟ୍ରେ କୁହାଯାଇଥିଲା ଯେ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ଅଙ୍କିତ ଶର୍ମାଙ୍କୁ ତାହିର ହୁସେନଙ୍କ ନେତୃତ୍ୱରେ ଥିବା ଭିଡ଼ ବିଶେଷ ଭାବେ ଟାର୍ଗେଟ କରିଥିଲା। ଖଜୁରୀ ଖାସ ଅଂଚଳରେ ତାହିର ହୁସେନଙ୍କ ଘର ବାହାରେ ଏହି ଘଟଣା ଘଟିଥିଲା। ଶର୍ମାଙ୍କ ହତ୍ୟା ପରେ ଭିଡ ଏକ ନାଳାରେ ମୃତଦେହ ଫିଙ୍ଗି ଦେଇଥିଲା।
ପୁଲିସ ଅନୁଯାୟୀ କିଛି ଲୋକ ମୃତଦେହକୁ ନାଳାରେ ଫିଙ୍ଗୁଥିଲେ। ଅଙ୍କିତ ଶର୍ମାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଡାକ୍ତରମାନେ ପାଇଥିଲେ ଯେ ଧାରୁଆ ଅସ୍ତ୍ରରେ ୫୧ଟି ଆଘାତର ଚିହ୍ନ ରହିଛି। ତାହିର ହିଁ ଚାନ୍ଦ ବାଗ ଅଂଚଳରେ ଭିଡ଼କୁ ଉସୁକାଇଥିଲେ। ଚାର୍ଜଶିଟ୍ରେ ତାହିର ହୁସେନଙ୍କୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଇଥିଲା। ଦିଲ୍ଲୀ ପୁଲିସ ଅଙ୍କିତଙ୍କ ପିତାଙ୍କ ବୟାନ ଆଧାରରେ ତାହିର ହୁସେନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ