
ନୂଆଦିଲ୍ଲୀ, ୧୮ ଅଗଷ୍ଟ (ହି.ସ.)- କେନ୍ଦ୍ର ସରକାର ଗ୍ରାମୀଣ ଅଂଚଳରେ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ମଜବୁତ କରିବା ପାଇଁ ଛତିଶଗଡ଼ରେ ସଂଶୋଧିତ ଭାରତନେଟ୍ କାର୍ଯ୍ୟକ୍ରମ ଅଧୀନରେ ୩,୯୪୨ କୋଟି ଟଙ୍କାର ଆର୍ôଥକ ସହାୟତା ମଞ୍ଜୁର କରିଛନ୍ତି। ଏହା ଅଧୀନରେ ରାଜ୍ୟର ୧୧,୬୮୨ ଗ୍ରାମ ପଂଚାୟତକୁ ଭାରତନେଟ୍ ନେଟୱର୍କ ସହ ଯୋଡ଼ାଯିବ ଏବଂ ଉନ୍ନତ କରାଯିବ। ଏଥିସହ ୮,୩୨୮ ଗାଁକୁ ଚାହିଦା ଆଧାରରେ ଇଂଟରନେଟ୍ କନେକ୍ଟିଭିଟି ଉପଲବ୍ଧ କରାଯିବ।
କେନ୍ଦ୍ରୀୟ ସଂଚାର ମନ୍ତ୍ରଣାଳୟ କହିଛି ଯେ, ସଂଶୋଧିତ ଭାରତନେଟ୍ କାର୍ଯ୍ୟକ୍ରମ ଅଧୀନରେ ଏହାର କାର୍ଯ୍ୟାନ୍ୱୟନ ପାଇଁ ଡିଜିଟାଲ ଭାରତ ନିଧି, ଦୂରସଂଚାର ବିଭାଗ, ଛତିଶଗଡ଼ ସରକାର, ଛତିଶଗଡ଼ ଷ୍ଟେଟ୍ ଭାରତନେଟ୍ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍, ଭାରତ ସଂଚାର ନିଗମ ଲିମିଟେଡ୍ ଏବଂ ଛତିଶଗଡ଼ ଇନ୍ଫ୍ରାଟେକ୍ ପ୍ରମୋସନ ସୋସାଇଟି ମଧ୍ୟରେ ମଙ୍ଗଳବାର ଏଠାରେ ସଂଚାର ଭବନରେ ଚୁକ୍ତି ହୋଇଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ଛତିଶଗଡ଼ରେ ମୋଟ ୧୧,୬୮୨ ଗ୍ରାମ ପଂଚାୟତକୁ ସାମିଲ କରାଯାଇଛି। ଏଥିରେ ପ୍ରଥମ ପର୍ଯ୍ୟାୟର ୪,୦୪୮ ଗ୍ରାମ ପଂଚାୟତକୁ ରୈଖିକ ନେଟୱର୍କରୁ ରିଙ୍ଗ ନେଟୱର୍କକୁ ଉନ୍ନତ କରାଯିବ। ଏହାଦ୍ୱାରା ନେଟୱର୍କର ମଜବୁତି ଏବଂ ଭରସାଯୋଗ୍ୟ କନେକ୍ଟିଭିଟି ବଢ଼ିବ। ଦ୍ୱିତୀୟ ପର୍ଯ୍ୟାୟର ୫,୯୬୪ ଗ୍ରାମ ପଂଚାୟତକୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି, ଯେତେବେଳେ ୧,୬୭୦ ନବଗଠିତ ଗ୍ରାମ ପଂଚାୟତକୁ ଭାରତନେଟ୍ ନେଟୱର୍କ ସହ ଯୋଡ଼ାଯିବ।
ଏହା ବ୍ୟତୀତ ୮,୩୨୮ ଗାଁକୁ ଚାହିଦା ଆଧାରରେ କନେକ୍ଟିଭିଟି ଉପଲବ୍ଧ କରାଯିବ। ସରକାରଙ୍କ ଅନୁସାରେ ଏହାଦ୍ୱାରା ଗ୍ରାମୀଣ ଏବଂ ଦୁର୍ଗମ ଅଂଚଳରେ ଶେଷ ମାଇଲ ପର୍ଯ୍ୟନ୍ତ ଇଂଟରନେଟ୍ ପହଂଚାଇବାରେ ସହାୟତା ମିଳିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ୩,୯୪୨ କୋଟି ଟଙ୍କାର ଆର୍ôଥକ ସହାୟତାରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ତିନି ଲକ୍ଷରୁ ଅଧିକ ଗ୍ରାମୀଣ ଘରେ ଫାଇବର ଆଧାରିତ ଇଂଟରନେଟ୍ କନେକ୍ସନ ଉପଲବ୍ଧ କରାଇବାରେ ମଧ୍ୟ ସହାୟତା ମିଳିବ ବୋଲି ଆଶା କରାଯାଉଛି।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ