ସିବିଆଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଉପ ଲେଖା ନିୟନ୍ତ୍ରକଙ୍କୁ ୧୦ ଲକ୍ଷ ଟଙ୍କା ଲଂଚ ନେଉଥିବା ବେଳେ ଧରିଲା
ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ସ୍ୱାଧୀନ ଆର୍ôଥକ ପରାମର୍ଶଦାତା ପଦରେ କାର୍ଯ୍ୟରତ ଉପ ଲେଖା ନିୟନ୍ତ୍ରକ ସନ୍ଦୀପଙ୍କୁ ୧୦ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ରଙ୍ଗେହାତ ଧରିଛି। ଅଭିଯୁକ୍ତ ଜଣେ ଘରୋଇ କମ୍ପାନୀର ଚୁକ୍ତ
ସିବିଆଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଉପ ଲେଖା ନିୟନ୍ତ୍ରକଙ୍କୁ ୧୦ ଲକ୍ଷ ଟଙ୍କା ଲଂଚ ନେଉଥିବା ବେଳେ ଧରିଲା


ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ସ୍ୱାଧୀନ ଆର୍ôଥକ ପରାମର୍ଶଦାତା ପଦରେ କାର୍ଯ୍ୟରତ ଉପ ଲେଖା ନିୟନ୍ତ୍ରକ ସନ୍ଦୀପଙ୍କୁ ୧୦ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ରଙ୍ଗେହାତ ଧରିଛି। ଅଭିଯୁକ୍ତ ଜଣେ ଘରୋଇ କମ୍ପାନୀର ଚୁକ୍ତିନାମା ନବୀକରଣ ଫାଇଲକୁ ଶୀଘ୍ର ନିଷ୍ପତି କରିବା ପାଇଁ ପ୍ରଥମେ ୧୫ ଲକ୍ଷ ଟଙ୍କା ଲାଂଚ ମାଗିଥିଲା। ଆଲୋଚନା ପରେ ସେ ୧୦ ଲକ୍ଷ ଟଙ୍କା ନେବାକୁ ରାଜି ହୋଇଥିଲା।

ସିବିଆଇ ଅନୁଯାୟୀ, ଅଭିଯୁକ୍ତ ଉପ ଲେଖା ନିୟନ୍ତ୍ରକ ସନ୍ଦୀପ (ଆଇସିଏଏସ: ୨୦୨୦)ଙ୍କ ବିରୋଧରେ ମଙ୍ଗଳବାର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା। ସେ ଏଠାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ସ୍ୱାଧୀନ ଆର୍ôଥକ ପରାମର୍ଶଦାତା ପଦରେ କାର୍ଯ୍ୟରତ ଥିଲା। ଅଭିଯୋଗରେ ଆରୋପ କରାଯାଇଥିଲା ଯେ ଘରୋଇ କମ୍ପାନୀର ଚୁକ୍ତିନାମା ନବୀକରଣ ସହ ଜଡ଼ିତ ଫାଇଲ ତାଙ୍କ ପାଖରେ ଲମ୍ବିତ ଥିଲା ଏବଂ ଏହାକୁ ଶୀଘ୍ର ନିଷ୍ପତି କରିବା ପାଇଁ ଅଭିଯୁକ୍ତ ଲାଂଚ ମାଗିଥିଲା।

ତଦନ୍ତ ଏଜେନ୍ସି ମଙ୍ଗଳବାର ଜାଲ ବିଛାଇ ଅଭିଯୁକ୍ତଙ୍କୁ ତାଙ୍କ ପତ୍ନୀଙ୍କ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଲାଂଚ ଗ୍ରହଣ କରୁଥିବା ବେଳେ ଧରିଥିଲା। ସିବିଆଇ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। ସିବିଆଇ କହିଛି ଯେ ମାମଲାରେ ଆଗକୁ ତଦନ୍ତ ଜାରି ରହିଛି।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande