କଲିକତାରେ ହୋଟେଲରେ ଅଗ୍ନିକାଣ୍ଡ, ପାଂଚ ବାଂଲାଦେଶୀଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ
କୋଲକାତା, ଅଗଷ୍ଟ ୧୯ (ହି.ସ.) - ମଙ୍ଗଳବାର ରାତିରେ କୋଲକାତାର ଧର୍ମତଲା ଅଂଚଳର ମିର୍ଜା ଗାଲିବ ଷ୍ଟ୍ରିଟରେ ଥିବା ଏକ ହୋଟେଲରେ ଘଟିଥିବା ଅଗ୍ନିକାଣ୍ଡରେ ପାଂଚ ଜଣ ବାଂଲାଦେଶୀ ନାଗରିକଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି। କୋଲକାତାରେ ଥିବା ବାଂଲାଦେଶ ଡେପୁଟି ହାଇ କମିଶନଙ୍କ ଡେପୁଟି ହାଇ କମିଶନର ମହ
କଲିକତାରେ ହୋଟେଲରେ ଅଗ୍ନିକାଣ୍ଡ, ପାଂଚ ବାଂଲାଦେଶୀଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ


କୋଲକାତା, ଅଗଷ୍ଟ ୧୯ (ହି.ସ.) - ମଙ୍ଗଳବାର ରାତିରେ କୋଲକାତାର ଧର୍ମତଲା ଅଂଚଳର ମିର୍ଜା ଗାଲିବ ଷ୍ଟ୍ରିଟରେ ଥିବା ଏକ ହୋଟେଲରେ ଘଟିଥିବା ଅଗ୍ନିକାଣ୍ଡରେ ପାଂଚ ଜଣ ବାଂଲାଦେଶୀ ନାଗରିକଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି। କୋଲକାତାରେ ଥିବା ବାଂଲାଦେଶ ଡେପୁଟି ହାଇ କମିଶନଙ୍କ ଡେପୁଟି ହାଇ କମିଶନର ମହମ୍ମଦ ଖାଲିଦ ଏହାକୁ ନିଶ୍ଚିତ କରିଛନ୍ତି। ତେବେ ବର୍ତମାନ ସୁଦ୍ଧା କୋଲକାତା ପୋଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ରିପୋର୍ଟ ଅନୁଯାୟୀ, ନିହତ ହୋଇଥିବା ପାଂଚ ଜଣ ବାଂଲାଦେଶୀ ନାଗରିକଙ୍କ ମଧ୍ୟରୁ ଚାରି ଜଣ କୁଶ୍ତିଆର ଏବଂ ଜଣେ ଢାକାର ସାଭର ଅଂଚଳର ଥିଲେ। ମୃତକମାନେ ହେଲେ କୁଶ୍ତିଆର ବାସିନ୍ଦା ଦେବାଶିଷ ଦତ, ଶରନାଶିଷ ଦତ, ଅଫସାନା ସିମିନ୍, ମହମ୍ମଦ ଆକ୍ରମ ଅଲ୍ଲୀ ଏବଂ ଢାକାର ସାଭରର ବାସିନ୍ଦା ଅହମ୍ମଦ ବାବୁ। ଏମାନଙ୍କ ମଧ୍ୟରୁ ଶାରନାଶିଶଙ୍କ ବୟସ ମାତ୍ର ତିନି ବର୍ଷ ଥିଲା।

ସୂଚନା ଅନୁଯାୟୀ, ଦେବାଶିଷ ଦତ ତାଙ୍କ ପତ୍ନୀ ଅଫସାନା ସିମିନ୍ ଏବଂ ତିନି ବର୍ଷର ପୁଅ ଶାରନାଶିଶଙ୍କ ସହ ବେଙ୍ଗାଲୁରୁ ଯାଇଥିଲେ। ଶିଶୁଟିର ଚିକିତ୍ସା ପରେ ତିନିଜଣ ମଙ୍ଗଳବାର ଦିନ ହିଁ କୋଲକାତାରେ ପହଂଚିଥିଲେ। ଏହାପରେ ସେ ଧର୍ମତାଲାର ମିର୍ଜା ଗାଲିବ ଷ୍ଟ୍ରିଟରେ ଥିବା ଶିଖା ଇନ୍ ହୋଟେଲରେ ଏକ କୋଠରୀ ନେଇଥିଲେ। ସେହି ରାତିରେ, ହୋଟେଲରେ ଏକ ବିରାଟ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା।

ବାଂଲାଦେଶ ଡେପୁଟି ହାଇ କମିଶନର ଜଣେ ଅଧିକାରୀ ସ୍ଥାନୀୟ ପୋଲିସ ଷ୍ଟେସନ ଏବଂ ଶବଗୃହରେ ପହଂଚି ମୃତବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ। ସ୍ଥାନୀୟ ପୋଲିସ ସହାୟତାରେ ଏହି ପାଂଚଜଣ ବାଂଲାଦେଶୀ ନାଗରିକ ବୋଲି ଚିହ୍ନଟ କରାଯାଇଥିଲା। ଡେପୁଟି ହାଇ କମିଶନର ମହମ୍ମଦ ଖାଲିଦ ମଧ୍ୟ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande