
-ଡିସିପି ସ୍ତରର ଅଧିକାରୀ କରିବେ ନେତୃତ୍ୱ, ଅଗ୍ନି ସୁରକ୍ଷା ଏବଂ ପ୍ରଶାସନିକ ତଦାରଖ ମଧ୍ୟ ତଦନ୍ତ ପରିସରରେ
କୋଲକାତା, ୧୯ ଅଗଷ୍ଟ (ହି.ସ.)- କୋଲକାତାର ଧର୍ମତଲାସ୍ଥିତ ମିର୍ଜା ଗାଲିବ ଷ୍ଟ୍ରିଟର ‘ଶିଖା ଇନ୍’ ହୋଟେଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ତଦନ୍ତ ପାଇଁ ପାଂଚ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରାଯାଇଛି। ଏସଆଇଟିର ନେତୃତ୍ୱ ପୁଲିସ ଉପାୟୁକ୍ତ ସ୍ତରର ଅଧିକାରୀ କରିବେ। ଅତିରିକ୍ତ ପୁଲିସ କମିଶନର (ଅପରାଧ) କୁଣାଲ ଅଗ୍ରୱାଲ ବୁଧବାର କହିଛନ୍ତି ଯେ ଏସଆଇଟି ଗଠନ ସହିତ ଦମକଳ ବିଭାଗ ନିଜଆଡ଼ୁ ସଂଜ୍ଞାନ ନେଇ ମାମଲାରେ ଏଫଆଇଆର ରୁଜୁ କରିଛି।
ମଙ୍ଗଳବାର ବିଳମ୍ବିତ ରାତିରେ ମିର୍ଜା ଗାଲିବ ଷ୍ଟ୍ରିଟସ୍ଥିତ ହୋଟେଲରେ ହଠାତ୍ ନିଆଁ ଲାଗିଥିଲା। ଘଟଣାସ୍ଥଳ ଦମକଳ ବିଭାଗର ମୁଖ୍ୟାଳୟ ନିକଟରେ ହିଁ ଅବସ୍ଥିତ। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ପାଂଚ ମହଲା କୋଠାର ପ୍ରତ୍ୟେକ ମହଲାରେ ତିନିରୁ ଚାରିଟି ଛୋଟ ହୋଟେଲ ଚାଲୁଥାଏ। ସଂକୀର୍ଣ୍ଣ ସ୍ଥାନରେ ଚାଲୁଥିବା ଏହି ହୋଟେଲଗୁଡ଼ିକରେ ଯାତାୟାତ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସ୍ଥାନ ନଥିବା କଥା ସାମ୍ନାକୁ ଆସିଛି। ତଦନ୍ତ ଅଧିକାରୀମାନେ ହୋଟେଲରେ ପର୍ଯ୍ୟାପ୍ତ ଅଗ୍ନିନିର୍ବାପଣ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ପୁଲିସ ଅନୁଯାୟୀ, ତଦନ୍ତରେ ନିଆଁ ଲାଗିବାର ପ୍ରକୃତ କାରଣ, ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ଏବଂ କୌଣସି ଅପରାଧିକ କାର୍ଯ୍ୟକଳାପର ସମ୍ଭାବନା ସମେତ ସମସ୍ତ ଦିଗକୁ ସାମିଲ କରାଯାଇଛି। ଗୁଇନ୍ଦା ବିଭାଗକୁ ମଧ୍ୟ ତଦନ୍ତରେ ନିୟୋଜିତ କରାଯାଇଛି। ଘଟଣାସ୍ଥଳରୁ ତିନି-ଚାରିଟି ବାଂଲାଦେଶୀ ପାସପୋର୍ଟ ମିଳିଥିବା ସୂଚନା ସାମ୍ନାକୁ ଆସିବା ପରେ ପୁଲିସ ଏହି ଦସ୍ତାବିଜଗୁଡ଼ିକର ମଧ୍ୟ ଯାଂଚ କରୁଛି।
ହୋଟେଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇସେନ୍ସ ଏବଂ ପ୍ରଶାସନିକ ତଦାରଖକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏଠାରେ ଅନ୍ୟ ରାଜ୍ୟ ସହିତ ବିଦେଶରୁ ଆସୁଥିବା ଲୋକମାନେ ମଧ୍ୟ ରହୁଥିଲେ। ଏପରି ସ୍ଥିତିରେ ହୋଟେଲର ଲାଇସେନ୍ସ, ଅଗ୍ନି ସୁରକ୍ଷା ମାନଦଣ୍ଡ ଏବଂ ନିୟମିତ ପ୍ରଶାସନିକ ଯାଂଚ ସହ ଜଡ଼ିତ ଦିଗଗୁଡ଼ିକର ମଧ୍ୟ ତଦନ୍ତ କରାଯାଉଛି।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ