କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ଇନଷ୍ଟାଗ୍ରାମରେ ସକ୍ରିୟତା ବଢ଼ାନ୍ତୁ
ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟତା ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଅଧିକ ଉପସ୍ଥିତି ଦର୍ଜ କରାଇବା ଏବଂ ଯୁବମାନଙ୍କ ସହ ସିଧାସଳଖ
କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ଇନଷ୍ଟାଗ୍ରାମରେ ସକ୍ରିୟତା ବଢ଼ାନ୍ତୁ


ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟତା ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଅଧିକ ଉପସ୍ଥିତି ଦର୍ଜ କରାଇବା ଏବଂ ଯୁବମାନଙ୍କ ସହ ସିଧାସଳଖ ସଂଳାପ ସ୍ଥାପନ କରିବା ଉପରେ ଜୋର ଦେଇଛନ୍ତି।

ବୈଠକରେ ମନ୍ତ୍ରୀମାନଙ୍କୁ କେବଳ ‘ଏକ୍ସ’ ପର୍ଯ୍ୟନ୍ତ ସୀମିତ ନ ରହି ଇନଷ୍ଟାଗ୍ରାମରେ ପହଂଚି ସରକାରଙ୍କ ଯୋଜନା, ଉପଲବ୍ଧି ତଥା ଜନହିତ ସହ ଜଡ଼ିତ କାର୍ଯ୍ୟଗୁଡ଼ିକୁ ରିଲ୍ସ ଏବଂ ଅନ୍ୟାନ୍ୟ ସୃଜନଶୀଳ ମାଧ୍ୟମ ଜରିଆରେ ଯୁବମାନଙ୍କ ପାଖରେ ପହଂଚାଇବାକୁ ପରାମର୍ଶ ଦିଆଯାଇଥିଲା।

ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କ ସୋସିଆଲ ମିଡିଆ ସକ୍ରିୟତାକୁ ନେଇ ବିସ୍ତୃତ ଆକଳନ ଉପସ୍ଥାପନ କରାଯାଇଥିଲା। ମନ୍ତ୍ରୀମାନଙ୍କୁ ସୋସିଆଲ ମିଡିଆରେ ସେମାନଙ୍କ କାର୍ଯ୍ୟକଳାପ ଆଧାରରେ ରାଙ୍କିଂ ଦିଆଯାଇଥିଲା। ବିଶେଷ କଥା ହେଉଛି ଯେ ମନ୍ତ୍ରୀମାନଙ୍କର ଆକଳନ କେବଳ ପରସ୍ପର ତୁଳନାରେ ନୁହେଁ ବରଂ ଶାସକ ଦଳ ଏବଂ ବିରୋଧୀ ଦଳର ଶୀର୍ଷ ନେତାମାନଙ୍କ ସୋସିଆଲ ମିଡିଆ ଏବଂ ପ୍ରଭାବ ତୁଳନାରେ ମଧ୍ୟ କରାଯାଇଥିଲା।

ଏହି ମୂଲ୍ୟାଙ୍କନ ୧ ମେ ରୁ ୧୫ ଅଗଷ୍ଟ ୨୦୨୬ ମଧ୍ୟରେ ଇନଷ୍ଟା, ଏକ୍ସ ଏବଂ ଫେସବୁକ ରେ ନେତାମାନଙ୍କ କାର୍ଯ୍ୟକଳାପ ଆଧାରରେ କରାଯାଇଥିଲା। ଏଥିରେ ପୋଷ୍ଟ ସଂଖ୍ୟା, ମୋଟ ଏବଂ ହାରାହାରି ଲାଇକ୍ସ ତଥା ଫଲୋଅର୍ସ ଭଳି ମାନଦଣ୍ଡକୁ ସାମିଲ କରାଯାଇଥିଲା।

ଆକଳନରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ସ୍ଥାନରେ ରହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଛନ୍ତି ଏବଂ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକମାନଙ୍କ ସହ ସଂଳାପ କରିଆସିଛନ୍ତି। ସରକାରଙ୍କ ପ୍ରୟାସ ଏବେ ମନ୍ତ୍ରୀମାନଙ୍କ ଡିଜିଟାଲ ଉପସ୍ଥିତିକୁ ଆହୁରି ପ୍ରଭାବଶାଳୀ କରି ବିଶେଷକରି ଯୁବ ବର୍ଗ ପର୍ଯ୍ୟନ୍ତ ସରକାରୀ ଯୋଜନା ଏବଂ ନୀତିଗୁଡ଼ିକର ସୂଚନା ପହଂଚାଇବା।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande