
ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କ ସହ ବୁଧବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସାକ୍ଷାତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଂଟ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଦିଲ୍ଲୀର ସର୍ବାଙ୍ଗୀଣ ବିକାଶ, ସୁଶାସନ, ଜନକଲ୍ୟାଣ ଏବଂ ଭବିଷ୍ୟତର ପ୍ରାଥମିକତାକୁ ନେଇ ଗୃହ ମନ୍ତ୍ରୀଙ୍କଠାରୁ ମାର୍ଗଦର୍ଶନ ପ୍ରାପ୍ତ ହୋଇଛି। ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଲାଭ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରଭାବଶାଳୀ ଭାବେ ପହଂଚୁଏବଂ ଦିଲ୍ଲୀ ବିକାଶର ନୂଆ ପ୍ରତିମାନ ସ୍ଥାପନ କରୁ, ଏହି ଦିଗରେ ତାଙ୍କର ବ୍ୟାପକ ଅଭିଜ୍ଞତା ଓ ପରାମର୍ଶ ଅତ୍ୟନ୍ତ ପ୍ରେରଣାଦାୟକ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରସେବା ଓ ଜନସେବା ପ୍ରତି ତାଙ୍କର ସମର୍ପଣ ଆମ ସମସ୍ତଙ୍କୁ ନିରନ୍ତର କର୍ତବ୍ୟପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ