
ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଶିକ୍ଷା ଏବଂ ଖାଦ୍ୟ, ଉପଭୋକ୍ତା ଓ ସାର୍ବଜନୀନ ବଂଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ କୋଚିଂ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ନେଇ ବୁଧବାର ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ।
ଶିକ୍ଷାମନ୍ତ୍ରୀ ଯୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ହୋଇଥିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଏକ ମଜବୁତ ଜାତୀୟ ମଂଚ ତିଆରି କରିବା, ଯାହାଦ୍ୱାରା ଦେଶବ୍ୟାପୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ-ଗୁଣବତାର ଅଧ୍ୟୟନ ସାମଗ୍ରୀ, ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଏବଂ ବ୍ୟବସ୍ଥିତ ପ୍ରସ୍ତୁତିର ସୁବିଧା ମିଳିପାରିବ।
ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସରେ ଲାଲକିଲ୍ଲାର ପ୍ରାଚୀରରୁ ନିଜ ସମ୍ବୋଧନରେ ଏହି ମାଗଣା ଅନଲାଇନ କୋଚିଂ ସୁବିଧା ଉପଲବ୍ଧ କରାଇବାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “କୋଚିଂ କ୍ଲାସ ଗରିବ ଏବଂ ମଧ୍ୟବିତ ପରିବାରଗୁଡ଼ିକ ଉପରେ ବୋଝ। ଆମେ ବିଭିନ୍ନ ପରୀକ୍ଷା ପାଇଁ ମାଗଣା ଅନଲାଇନ କୋଚିଂ ଉପଲବ୍ଧ କରାଇବୁ।
ବୈଠକର ଉଦ୍ଦେଶ୍ୟ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ସାମଗ୍ରୀ, ବିଶେଷଜ୍ଞ ମାର୍ଗଦର୍ଶନ ଏବଂ ବ୍ୟବସ୍ଥିତ ପରୀକ୍ଷା ପ୍ରସ୍ତୁତିର ସୁବିଧା ପହଂଚାଇବା ପାଇଁ ଏକ ମଜବୁତ ଜାତୀୟ ପ୍ଲାଟଫର୍ମ ପ୍ରସ୍ତୁତ କରିବା। ଏହା ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିବା ଯୁବମାନଙ୍କୁ କୌଣସି ଆର୍ôଥକ ବାଧା ବିନା ଉନ୍ନତ ଅଧ୍ୟୟନ ସମ୍ବଳ ଉପଲବ୍ଧ କରାଇବା ଉପରେ ଜୋର ଦିଆଯିବ।
ବୈଠକରେ ଅଧିକାରୀମାନଙ୍କ ସହ ଏହି ପଦକ୍ଷେପକୁ ପ୍ରଭାବଶାଳୀ ଏବଂ ବ୍ୟାପକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁରୂପ ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସରକାରଙ୍କ ଲକ୍ଷ୍ୟ ଟେକ୍ନୋଲୋଜି ମାଧ୍ୟମରେ ଦେଶର ଅଧିକରୁ ଅଧିକ ଯୁବକଯୁବତୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ସମାନ ସୁଯୋଗ ଉପଲବ୍ଧ କରାଇବା।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ