
ୟୁପିରେ ନିବେଶ କରନ୍ତୁ, ପ୍ରତ୍ୟେକ ସ୍ତରରେ ମିଳିବ ସମ୍ପୂର୍ଣ୍ଣ ସହଯୋଗ : ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ, ୧୯ ଅଗଷ୍ଟ (ହି.ସ.)- ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି-ଜାପାନ ଇନଭେଷ୍ଟମେଂଟ ମିଟ୍ ସମୟରେ ପ୍ରମୁଖ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓଜ୍) ଓ ବିଜନେସ୍ ଲିଡରମାନଙ୍କ ସହ ଆୟୋଜିତ ରାଉଣ୍ଡ ଟେବୁଲ୍ ମିଟିଂରେ ନିବେଶକମାନଙ୍କର ପ୍ରଦେଶରେ ନିବେଶ ପ୍ରତି ଉତ୍ସାହ ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଗତ ନଅ ବର୍ଷରେ ଉତର ପ୍ରଦେଶରେ ୩୬୦ ଡିଗ୍ରୀର ବ୍ୟାପକ ପରିବର୍ତନ ହୋଇଛି। ଏହି ପରିବର୍ତନ କାରଣରୁ ଆଜି ଉତର ପ୍ରଦେଶ ଭାରତର ପ୍ରମୁଖ ଏବଂ ଡ୍ରିମ୍ ଇନଭେଷ୍ଟମେଂଟ ଡେଷ୍ଟିନେସନ୍ ଭାବେ ଉଭା ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତର ପ୍ରଦେଶରେ ନିବେଶ କରୁଥିବା ଉଦ୍ୟୋଗୀ ଏବଂ କମ୍ପାନୀଗୁଡ଼ିକୁ ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭବ ସହଯୋଗ ଉପଲବ୍ଧ କରାଯିବ। ସେ ନିବେଶକମାନଙ୍କୁ ଆହ୍ୱାନ କରି କହିଛନ୍ତି ଯେ ସେମାନେ ଉତର ପ୍ରଦେଶ ଆସନ୍ତୁ ଏବଂ ଏଠାରେ ନିଜର ଶିଳ୍ପ ଓ ବ୍ୟବସାୟିକ କାର୍ଯ୍ୟକଳାପର ବିସ୍ତାର କରନ୍ତୁ। ସରକାର ଏହା ସୁନିଶ୍ଚିତ କରିବ ଯେ ନିବେଶକମାନଙ୍କୁ କୌଣସି ସ୍ତରରେ ଅନାବଶ୍ୟକ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ।
ନିବେଶକମାନଙ୍କର ପରାମର୍ଶ ଉପରେ ଗମ୍ଭୀରତାର ସହ ବିଚାରଯୋଗୀ କହିଛନ୍ତି ଯେ ଇନଭେଷ୍ଟମେଂଟ ମିଟ୍କୁ ନେଇ ପ୍ରମୁଖ ଶିଳ୍ପପତି ଏବଂ ସିଇଓଜ୍ ଯେପରି ଉତ୍ସୁକତା ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ସେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛନ୍ତି। ନିବେଶକମାନଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ପ୍ରଦେଶ ସରକାରଙ୍କ ଟିମ୍ ଗମ୍ଭୀରତାର ସହ ଗ୍ରହଣ କରିଛି। ସେ ଆଶ୍ୱସ୍ତ କରିଛନ୍ତି ଯେ ନିବେଶକମାନଙ୍କର ପରାମର୍ଶ ଏବଂ ଆଶା ଉପରେ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ଯେକୌଣସି ବ୍ୟବହାରିକ ସମସ୍ୟା ସାମ୍ନାକୁ ଆସିବ, ତାହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ସରକାର ଏବଂ ତାହାର ସମ୍ପୂର୍ଣ୍ଣ ଟିମ୍ ନିବେଶ ଅନୁକୂଳ ପରିବେଶ ଉପଲବ୍ଧ କରାଇବା ପାଇଁ ପ୍ରତିବଦ୍ଧ।
ଯୁବ ମ୍ୟାନପାୱାର ଏବଂ ସ୍କିଲିଂ ହେବ ଶକ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତର ପ୍ରଦେଶ ପାଖରେ ବହୁ ସଂଖ୍ୟାରେ ଯୁବ ମ୍ୟାନପାୱାର ଅଛି। ସରକାର ଯୁବମାନଙ୍କୁ ଶିଳ୍ପଗୁଡ଼ିକର ଆବଶ୍ୟକତା ଅନୁରୂପ ସ୍କିଲିଂ ଏବଂ ଅପସ୍କିଲିଂର ସୁଯୋଗ ଉପଲବ୍ଧ କରାଉଛି। ଏହାଦ୍ୱାରା ନିବେଶକମାନଙ୍କୁ ପ୍ରଶିକ୍ଷିତ ଏବଂ ସକ୍ଷମ ମାନବ ସମ୍ବଳ ଉପଲବ୍ଧ ହେବ। ପ୍ରଦେଶରେ ବଦଳୁଥିବା ଶିଳ୍ପ ପରିଦୃଶ୍ୟ ଅନୁରୂପ ଇନଫ୍ରାଷ୍ଟ୍ରକଚର, କନେକ୍ଟିଭିଟି, ସ୍କିଲ୍ଡ ମ୍ୟାନପାୱାର ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ୍କୁ ନିରନ୍ତର ମଜବୁତ କରାଯାଉଛି। ଏହାର ସିଧାସଳଖ ଲାଭ ପ୍ରଦେଶରେ ନିବେଶ କରୁଥିବା କମ୍ପାନୀଗୁଡ଼ିକୁ ମିଳିବ।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ