ଅଭିଷେକ ବାନାର୍ଜୀଙ୍କ ବ୍ୟାଙ୍କ ଖାତା ଫ୍ରିଜ, ହାଇକୋର୍ଟ ବ୍ୟାଙ୍କକୁ ଲଗାଇଲେ ଭର୍ତ୍ସନା, ପଚାରିଲେ- ‘କ’ଣ ବ୍ୟାଙ୍କ ତାଙ୍କ ମୁହଁ ଦେଖିବାକୁ ଚାହୁଁଛି?’
କୋଲକାତା, ୨୦ ଅଗଷ୍ଟ (ହି. ସ.)- ତୃଣମୂଳ କଂଗ୍ରେସର ଜାତୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତା ଫ୍ରିଜ କରାଯିବା ମାମଲାରେ କଲକାତା ହାଇକୋର୍ଟ ସମ୍ପୃକ୍ତ ବ୍ୟାଙ୍କକୁ କଡ଼ା ଭର୍ତ୍ସନା କରିଛନ୍ତି। ଗୁରୁବାର ମାମଲାର ଶୁଣାଣି ସମୟରେ ନ୍ୟାୟମୂର୍ତି କୃଷ୍ଣ ରାଓ ପ୍ରଶ୍ନ ଉଠାଇଥିଲେ ଯ
ଅଭିଷେକ ବାନାର୍ଜୀଙ୍କ ବ୍ୟାଙ୍କ ଖାତା ଫ୍ରିଜ, ହାଇକୋର୍ଟ ବ୍ୟାଙ୍କକୁ ଲଗାଇଲେ ଭର୍ତ୍ସନା, ପଚାରିଲେ- ‘କ’ଣ ବ୍ୟାଙ୍କ ତାଙ୍କ ମୁହଁ ଦେଖିବାକୁ ଚାହୁଁଛି?’


କୋଲକାତା, ୨୦ ଅଗଷ୍ଟ (ହି. ସ.)- ତୃଣମୂଳ କଂଗ୍ରେସର ଜାତୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତା ଫ୍ରିଜ କରାଯିବା ମାମଲାରେ କଲକାତା ହାଇକୋର୍ଟ ସମ୍ପୃକ୍ତ ବ୍ୟାଙ୍କକୁ କଡ଼ା ଭର୍ତ୍ସନା କରିଛନ୍ତି। ଗୁରୁବାର ମାମଲାର ଶୁଣାଣି ସମୟରେ ନ୍ୟାୟମୂର୍ତି କୃଷ୍ଣ ରାଓ ପ୍ରଶ୍ନ ଉଠାଇଥିଲେ ଯେ, ଯେତେବେଳେ ଅନଲାଇନ କେୱାଇସିର ସୁବିଧା ଉପଲବ୍ଧ ଅଛି, ତେବେ ଅଭିଷେକ ବାନାର୍ଜୀଙ୍କୁ ଏଥିପାଇଁ ବ୍ୟାଙ୍କକୁ ବ୍ୟକ୍ତିଗତ ଭାବେ କାହିଁକି ଡକାଯାଇଥିଲା।

ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଅଧିବକ୍ତା ଅୟନ ଭଟ୍ଟାଚାର୍ଯ୍ୟ ଅଦାଲତଙ୍କୁ କହିଥିଲେ ଯେ ତାଙ୍କ ମହକିଲଙ୍କ ବ୍ୟାଙ୍କ ଖାତା ଫ୍ରିଜ କରିଦିଆଯାଇଛି। ଏହା ବ୍ୟତୀତ ତାଙ୍କର ଦୁଇଟି କ୍ରେଡିଟ କାର୍ଡ ମଧ୍ୟ ବ୍ଲକ କରିଦିଆଯାଇଛି। ଏ ସମ୍ପର୍କରେ ତାଙ୍କୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ବ୍ୟାଙ୍କ ସହ ଯୋଗାଯୋଗ କରିବାରୁ କେୱାଇସି କରାଇବାକୁ କୁହାଯାଇଥିଲା, ଯେତେବେଳେକି ଅଭିଷେକଙ୍କ କେୱାଇସି ଡିସେମ୍ବର ୨୦୨୬ରେ ସମାପ୍ତ ହେବାକୁ ଯାଉଛି।

ଏହି ଯୁକ୍ତିଗୁଡ଼ିକ ପରେ ନ୍ୟାୟମୂର୍ତି କୃଷ୍ଣ ରାଓ ବ୍ୟାଙ୍କକୁ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ଏବେ ଅନଲାଇନ କେୱାଇସିର ସୁବିଧା ଉପଲବ୍ଧ ଅଛି ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ପ୍ରକ୍ରିୟା ଅନଲାଇନରେ ହେଉଛି, ତେବେ ଅଭିଷେକଙ୍କୁ କେୱାଇସି ପାଇଁ ବ୍ୟାଙ୍କ କାହିଁକି ଡାକିଲା। ସେ ଟିପ୍ପଣୀ କରିଥିଲେ, ‘‘କ’ଣ ବ୍ୟାଙ୍କ ଅଭିଷେକ ବାନାର୍ଜୀଙ୍କ ମୁହଁ ଦେଖିବାକୁ ଚାହୁଁଛି?

ଅଦାଲତ କେୱାଇସି ପାଇଁ ବ୍ୟାଙ୍କ ପକ୍ଷରୁ ଅଭିଷେକଙ୍କୁ ପଠାଯାଇଥିବା ଚିଠିର ଭାଷା ଉପରେ ମଧ୍ୟ ଆପତି ଜଣାଇଥିଲେ। ନ୍ୟାୟମୂର୍ତି ରାଓ ପ୍ରଶ୍ନ କରିଥିଲେ ଯେ କୌଣସି ଗ୍ରାହକଙ୍କୁ ଏଭଳି ଚିଠି ପଠାଯାଇପାରିବ କି। ସେ ବ୍ୟାଙ୍କକୁ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ଏଥିପାଇଁ ଅତିରିକ୍ତ ସମୟ ଦିଆଯିବ ନାହିଁ।

-----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande