
ନୂଆଦିଲ୍ଲୀ, ୨୦ ଅଗଷ୍ଟ (ହି.ସ.)- କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ୱାର୍କିଂ କମିଟିର ପୂର୍ଣ୍ଣ ସଙ୍ଗୀତ ପରିବର୍ତେବନ୍ଦେ ମାତରମ୍' ର କେବଳ ଦୁଇଟି ଅନ୍ତରା ଗାଇବାର ନିଷ୍ପତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହାକୁ ଦେଶ ବିରୋଧୀ ପଦକ୍ଷେପ ବୋଲି କହି ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ପୁଣି ଥରେ ତୁଷ୍ଟିକରଣ ଏବଂ ଭୋଟ୍ ବ୍ୟାଙ୍କ ରାଜନୀତିକୁ ଫେରୁଛି ।
ଅମିତ ଶାହ କହିଥିଲେ ଯେ, ୧୯୩୭ ମସିହାରେ କଂଗ୍ରେସ ତୁଷ୍ଟିକରଣ ପାଇଁ ବନ୍ଦେ ମାତରମ୍ 'କୁ ଦୁଇ ଭାଗରେ ବିଭକ୍ତ କରିବାକୁ ନିଷ୍ପତି ନେଇଥିଲା । ତାଙ୍କ ମତରେ, ଏହି ପ୍ରକାର ରାଜନୀତି ଦ୍ୱି-ରାଷ୍ଟ୍ର ସିଦ୍ଧାନ୍ତକୁ ଶକ୍ତି ଦେଇଥିଲା ଏବଂ ଏହା ଆଗକୁ ବଢି ଦେଶ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସେ କହିଥିଲେ ଯେ ବନ୍ଦେ ମାତରମ୍ 'ର ୧୫୦ତମ ବାର୍ଷିକୀ ଅବସରରେ ମୋଦୀ ସରକାର ଏହି ଐତିହାସିକ ଭୁଲ୍ କୁ ସଂଶୋଧନ କରିଥିଲେ ଏବଂ ସମ୍ପୂର୍ଣ୍ଣ ସଙ୍ଗୀତକୁ ବୈଧତା ପ୍ରଦାନ କରିଥିଲେ । ଶାହା ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପୁଣି ଥରେ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ତୁଷ୍ଟିକରଣର ସମାନ ପଥ ଅନୁସରଣ କରୁଛି ।
ଅମିତ ଶାହା କଂଗ୍ରେସର ଏହି ନିଷ୍ପତିକୁ ସଂସଦ ଦ୍ୱାରା ପ୍ରସ୍ତୁତ ଆଇନ ପ୍ରତି ଖୋଲାଖୋଲି ଅବମାନନା' ବୋଲି ବର୍ଣ୍ଣନା କରିଥିଲେ । କଂଗ୍ରେସର କଥିତ ତୁଷ୍ଟିକରଣ ରାଜନୀତି ବିରୋଧରେ ଏକଜୁଟ୍ ହୋଇ ସ୍ୱର ଉତୋଳନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ । ସେ କହିଥିଲେ ଯେ ବନ୍ଦେ ମାତରମ୍ ' ସହିତ ପୂର୍ବରୁ ହୋଇଥିବା ଭୁଲ୍ ର ପରିଣାମ ଦେଶ ଭୋଗିଛି ଏବଂ ଏଭଳି ଭୁଲ୍ ର ପୁନରାବୃତି ହେବା ଉଚିତ୍ ନୁହେଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ