
ନୂଆଦିଲ୍ଲୀ, ୨୦ ଅଗଷ୍ଟ (ହି.ସ.)- କେନ୍ଦ୍ର ସରକାର ଲଦାଖର ଦୂରଦୂରାନ୍ତ ଅଂଚଳରେ ନ୍ୟାୟର ତ୍ୱରିତ ପହଂଚ ପାଇଁ ସେଠାରେ ଉଚ୍ଚ ନ୍ୟାୟାଳୟର ଏକ ବେଂଚ ସ୍ଥାପନ କରିବାକୁ ନିଷ୍ପତି ନେଇଛି। କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଗୁରୁବାର ମନ୍ତ୍ରିମଣ୍ଡଳର ଏହି ନିଷ୍ପତିର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସରକାର ଲଦାଖର ସର୍ବାଙ୍ଗୀଣ ବିକାଶ ଏବଂ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।
ଗୃହ ମନ୍ତ୍ରୀ ଏକ୍ସରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଲଦାଖରେ ଜମ୍ମୁ ଏବଂ କଶ୍ମୀର ଉଚ୍ଚ ନ୍ୟାୟାଳୟର ଏକ ବେଂଚ ସ୍ଥାପନ କରିବାକୁ ନିଷ୍ପତି ନେଇଛି। ଏହାଦ୍ୱାରା ଲଦାଖର ଦୂରଦୂରାନ୍ତ ଅଂଚଳରେ ବସବାସ କରୁଥିବା ନାଗରିକମାନଙ୍କ ପାଇଁ ନ୍ୟାୟ ପାଇବାରେ ଉଲ୍ଲେଖନୀୟ ସୁଧାର ହେବ ଏବଂ ସେମାନଙ୍କୁ ମିଳୁଥିବା ଆଇନଗତ ସେବାର ଲାଭ ଉଠାଇବାରେ ଲାଗୁଥିବା ସମୟ କମିଯିବ। ସରକାର ଲଦାଖର ସର୍ବାଙ୍ଗୀଣ ବିକାଶ ଏବଂ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ