ଜନସଂଖ୍ୟାରେ ଧର୍ମର ଉଲ୍ଲେଖ ଉପରେ ସଂଘର ସମନ୍ୱୟ ବୈଠକରେ ଆଲୋଚନା
ବିଶାଖାପାଟଣା, ଅଗଷ୍ଟ ୨୦ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବଭାରତୀୟ ସମନ୍ୱୟ ବୈଠକର ଦ୍ୱିତୀୟ ଦିନରେ ଗୁରୁବାର ଦିନ ଜନସଂଖ୍ୟାର ଅସନ୍ତୁଳନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଗୁଡିଲୋଭାଠାରେ ଚାଲିଥିବା ଏହି ତିନି ଦିନିଆ ବୈଠକରେ ଆଗାମୀ ଜନଗଣନାର
ଜନସଂଖ୍ୟାରେ ଧର୍ମର ଉଲ୍ଲେଖ ଉପରେ ସଂଘର ସମନ୍ୱୟ ବୈଠକରେ ଆଲୋଚନା


ବିଶାଖାପାଟଣା, ଅଗଷ୍ଟ ୨୦ (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବଭାରତୀୟ ସମନ୍ୱୟ ବୈଠକର ଦ୍ୱିତୀୟ ଦିନରେ ଗୁରୁବାର ଦିନ ଜନସଂଖ୍ୟାର ଅସନ୍ତୁଳନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଗୁଡିଲୋଭାଠାରେ ଚାଲିଥିବା ଏହି ତିନି ଦିନିଆ ବୈଠକରେ ଆଗାମୀ ଜନଗଣନାରେ ଧର୍ମକୁ ସାମିଲ କରିବା ଏବଂ ଏହା ମାଧ୍ୟମରେ ଦେଶର ଧାର୍ମିକ ଜନସଂଖ୍ୟାର ପ୍ରକୃତ ସ୍ଥିତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସୂତ୍ରରୁ ଏହି ସୂଚନା ମିଳିଛି।

ବୁଧବାର ବୈଠକର ପ୍ରଥମ ଦିନରେ ସଂଘ ପରିବାରର ବିଭିନ୍ନ ସଙ୍ଗଠନର ବର୍ଷବ୍ୟାପୀ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭବିଷ୍ୟତର ଯୋଜନା, ବିଭିନ୍ନ କାର୍ଯ୍ୟକଳାପ ଏବଂ ସାମାଜିକ ପ୍ରସଙ୍ଗରେ ପାରସ୍ପରିକ ସମନ୍ୱୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମୟରେ, ଦେଶର ବିଭିନ୍ନ ରାଜ୍ୟରେ ଜନସଂଖ୍ୟାର ସଂରଚନାରେ ହେଉଥିବା ପରିବର୍ତନ, ଏହାର କାରଣ ଏବଂ ସାମାଜିକ ପ୍ରଭାବ ଉପରେ ପ୍ରାଥମିକ ଆଲୋଚନା କରାଯାଇଥିଲା। ଗୁରୁବାର ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିନିଧିଙ୍କ ସମେତ ସଂଘ ପରିବାରର ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନେ ଜନସଂଖ୍ୟାରେ ପରିବର୍ତନ ବିଷୟରେ ସେମାନଙ୍କର ଅଭିଜ୍ଞତା ବାଂଟିଥିଲେ। ଏହି ଆଲୋଚନାରେ ଜନସଂଖ୍ୟାର ଅସନ୍ତୁଳନ ପ୍ରମୁଖ ପ୍ରସଙ୍ଗ ଥିଲା। ପରିବର୍ତିତ ଜନସଂଖ୍ୟା ଢାଂଚାର ପୃଷ୍ଠଭୂମିରେ ଦୀର୍ଘକାଳୀନ ଜାତୀୟ ନୀତି ଦୃଷ୍ଟିକୋଣରୁ ଆବଶ୍ୟକ ପଦକ୍ଷେପ ଉପରେ ମଧ୍ୟ ବିଚାର କରାଯାଇଥିଲା।

ସରକାର ଜନଗଣନା-୨୦୨୭ ସଂକ୍ରାନ୍ତରେ ୪୦ଟି ପ୍ରଶ୍ନର ଏକ ତାଲିକା ଜାରି କରିସାରିଛନ୍ତି। ଜନଗଣନାରେ ନାଗରିକମାନଙ୍କଠାରୁ ସେମାନଙ୍କ ଧର୍ମ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିବା ଦ୍ୱାରା ଦେଶରେ ବିଭିନ୍ନ ଧର୍ମର ଅନୁଗାମୀଙ୍କ ସଂଖ୍ୟା ଏବଂ ମୋଟ ଜନସଂଖ୍ୟାରେ ସେମାନଙ୍କ ଅନୁପାତ ବିଷୟରେ ପ୍ରାମାଣିକ ଏବଂ ସଠିକ୍ ତଥ୍ୟ ବାହାର କରିବାରେ ସାହାଯ୍ୟ କରିବ। ଏହି ଦୃଷ୍ଟିକୋଣରୁ ଧାର୍ମିକ ସୂଚନା ରେକର୍ଡିଂକୁ ଏହି ବୈଠକ ସମର୍ଥନ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande