କଠିନ ପରିସ୍ଥିତିରେ ଧୈର୍ଯ୍ୟ ଧରିବାକୁ ସୁଭାଷିତ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା
ନୂଆଦିଲ୍ଲୀ, ଅଗଷ୍ଟ 20 (ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଦିନ ପରି ଆଜି ସକାଳେ ‘ସୁଭାଷିତମ୍’ ଭାବେ ପ୍ରସିଦ୍ଧ ସଂସ୍କୃତ ଗ୍ରନ୍ଥ ‘କଥାସରିତସାଗର’ର ଏକ ଶ୍ଲୋକକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। “ଆପତ୍କାଲେ ଚ କଷ୍ଟେଽପି ନୋତ୍ସାହସ୍ତ୍ୟଜ୍ୟତେ ବୁଧୈଃ। ଇତି ପ୍ରବୋଧିତସ୍ତେନ
प्रधानमंत्री नरेन्द्र मोदी की एक्स पोस्ट।


ନୂଆଦିଲ୍ଲୀ, ଅଗଷ୍ଟ 20 (ହି.ସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଦିନ ପରି ଆଜି ସକାଳେ ‘ସୁଭାଷିତମ୍’ ଭାବେ ପ୍ରସିଦ୍ଧ ସଂସ୍କୃତ ଗ୍ରନ୍ଥ ‘କଥାସରିତସାଗର’ର ଏକ ଶ୍ଲୋକକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

“ଆପତ୍କାଲେ ଚ କଷ୍ଟେଽପି ନୋତ୍ସାହସ୍ତ୍ୟଜ୍ୟତେ ବୁଧୈଃ।

ଇତି ପ୍ରବୋଧିତସ୍ତେନ କଥଞ୍ଚିଦ୍ ଦୃଢବୁଦ୍ଧିନା।।’’

ଏହି ଶ୍ଲୋକ ମାଧ୍ୟମରେ କଠିନ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ଓ ଉତ୍ସାହ ବଜାୟ ରଖିବାର ବାର୍ତ୍ତା ଦିଆଯାଇଛି।

ଏହି ଗ୍ରନ୍ଥର ରଚୟିତା ହେଉଛନ୍ତି ମହାକବି ସୋମଦେବ ଭଟ୍ଟ। ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରେ ଏହି ଶ୍ଲୋକର ଅର୍ଥ ଦିଆଯାଇଛି—ସ୍ଥିର ଓ ଦୃଢ଼ ବୁଦ୍ଧି ଥିବା ଜ୍ଞାନୀ ବ୍ୟକ୍ତିମାନେ ବୁଝାଇଥାନ୍ତି ଯେ, ସଙ୍କଟ ଓ କଠିନ ପରିସ୍ଥିତି ଆସିଲେ ମଧ୍ୟ ବୁଦ୍ଧିମାନ ବ୍ୟକ୍ତିମାନେ କେବେ ନିଜର ଉତ୍ସାହ ହରାଇ ନଥାନ୍ତି।

--------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande