
ନୂଆଦିଲ୍ଲୀ, ୨୦ ଅଗଷ୍ଟ (ହି.ସ.)- ରାଜସ୍ଥାନ ଫାଉଣ୍ଡେସନର ଅଧ୍ୟକ୍ଷ ସି.ଏ. (ଡ.) ରାମାବତାର କିଲା ଗୁରୁବାର କହିଛନ୍ତି ଯେ ରାଜସ୍ଥାନର ସଂସ୍କୃତି ପ୍ରବାସୀ ରାଜସ୍ଥାନୀମାନଙ୍କୁ ଏକଜୁଟ ରଖିବା ସହିତ ଯୁବ ପିଢ଼ିକୁ ନିଜ ମୂଳ, ସଂସ୍କାର ଏବଂ ସାମାଜିକ ସରୋକାର ସହ ଯୋଡ଼ି ରଖିବାର ଏକ ଶକ୍ତିଶାଳୀ ମାଧ୍ୟମ।
ଡ. ରାମାବତାର କିଲା ଆଜି ଦିଲ୍ଲୀସ୍ଥିତ ବୀକାନେର ହାଉସରେ ରାଜସ୍ଥାନ ଫାଉଣ୍ଡେସନ (ଦିଲ୍ଲୀ ଚାପ୍ଟର) ଏବଂ ରାଜସ୍ଥାନୀ ମିତ୍ର ମଣ୍ଡଳର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ “ତୀଜ ମହୋତ୍ସବ”ର ସମାପନୀ ଅବସରରେ ନିଜ ମତାମତ ସେୟାର କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀ-ଏନସିଆରରେ ବସବାସ କରୁଥିବା ପ୍ରବାସୀ ରାଜସ୍ଥାନୀମାନେ ନିଜର ସମୃଦ୍ଧ ଲୋକ-ସଂସ୍କୃତି, ପରମ୍ପରା ଏବଂ ସାମାଜିକ ମୂଲ୍ୟବୋଧ ସହ ପରିଚିତ ହୋଇଥିଲେ।
ପ୍ରତିଯୋଗୀ ଏବଂ କଳାକାରମାନଙ୍କୁ ପୁରସ୍କୃତ କରି ଡ. ରାମାବତାର କିଲା କହିଥିଲେ, ରାଜସ୍ଥାନର ସଂସ୍କୃତି ଆମର ଅମୂଲ୍ୟ ଐତିହ୍ୟ ଏବଂ ପରିଚୟ। ଏଭଳି ଆୟୋଜନ ପ୍ରବାସୀ ରାଜସ୍ଥାନୀମାନଙ୍କୁ ନିଜ ମୂଳ ସହ ଯୋଡ଼ି ରଖିବା ସହିତ ନୂଆ ପିଢ଼ି ପର୍ଯ୍ୟନ୍ତ ରାଜସ୍ଥାନର ସଂସ୍କୃତି, ପରମ୍ପରା ଏବଂ ସାମାଜିକ ମୂଲ୍ୟବୋଧ ପହଂଚାଇବାର ଏକ ଶକ୍ତିଶାଳୀ ମାଧ୍ୟମ।' ସେ ରାଜସ୍ଥାନୀ ସମାଜ ମଧ୍ୟରେ ପାରସ୍ପରିକ ସମ୍ପର୍କ, ସହଯୋଗ ଏବଂ ସାଂସ୍କୃତିକ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ।
ମୁଖ୍ୟ ଆବାସିକ ଆୟୁକ୍ତ ରୋହିତ କୁମାର (ଆଇଏଏସ) ମଧ୍ୟ ସମାଜକୁ ଆହ୍ୱାନ କରିଥିଲେ ଯେ ସେମାନେ ପାରସ୍ପରିକ ସମ୍ପର୍କ ଏବଂ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରି ନିଜର ଅନନ୍ୟ ଐତିହ୍ୟକୁ ଆଗକୁ ବଢ଼ାନ୍ତୁ।
ପ୍ରଥମ ଦିନର ଝଲକରେ ତୀଜ ଏବଂ ଲୋକପ୍ରିୟ ରାଜସ୍ଥାନୀ ଗୀତ ଉପରେ ଏକକ ଓ ଯୁଗଳ ପ୍ରସ୍ତୁତି ଦିଆଯାଇଥିଲା। ସୁଶୀଳା କିଲା ଏବଂ ଅନିତା କିଲାଙ୍କ ଭାବପୂର୍ଣ୍ଣ ଗାୟନ ପ୍ରସ୍ତୁତି ସମାରୋହକୁ ମନୋରମ କରିଥିଲା ଏବଂ ଉପସ୍ଥିତ ଜନସମୂହ ମଧ୍ୟରେ ନୂଆ ଉର୍ଜାର ସଂଚାର କରିଥିଲା।
ଦ୍ୱିତୀୟ ଦିନର ଉଲ୍ଲାସରେ ଗାୟକ ତେଜସ ଧାକଡ଼ଙ୍କ ପ୍ରଭାବଶାଳୀ ଗାୟନ ପ୍ରସ୍ତୁତି ଏବଂ ସୁଶୀଳା କିଲାଙ୍କ ଏକକ ଗାୟନକୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ। ଏହାପରେ ମୁଦ୍ରା ଷ୍ଟୁଡିଓର ଛୋଟ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ମନମୋହକ ନୃତ୍ୟ ସମଗ୍ର ସଭାଗୃହର ତାଳି ସାଉଁଟିଥିଲା।
ଏହି ଦୁଇ ଦିନିଆ ସମାରୋହରେ ପ୍ରଥମ ଦିନ ରାଜସ୍ଥାନ ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତ ରୋହିତ କୁମାର (ଆଇଏଏସ), ରାଜସ୍ଥାନୀ ଏକାଡେମୀର ଅଧ୍ୟକ୍ଷ ଗୌରବ ଗୁପ୍ତା, ରାଜସ୍ଥାନ ସଂସ୍ଥା ସଂଘର ବରିଷ୍ଠ ଉପାଧ୍ୟକ୍ଷ କେ.କେ. ନରେଡା, ବିମଲ ଖଣ୍ଡେଲୱାଲ, ପ୍ରବାସୀ ରାଜ ଅଗ୍ରୱାଲ ଏବଂ ସି.ଏ. ବିନୋଦ କିଲା ଉପସ୍ଥିତ ରହିଥିଲେ। ଦ୍ୱିତୀୟ ଦିନ ରାଜସ୍ଥାନ ସଂସ୍ଥା ସଂଘର ଅଧ୍ୟକ୍ଷ ନବରତନ ଅଗ୍ରୱାଲ (ବୀକାନେରୱାଲା), ଏସିପି ଦେବେନ୍ଦ୍ର ସୈନୀ, ଅନମୋଲ ଅଗ୍ରୱାଲ, ହରମୀତ ଲାଲ ସିଂହ, ଅଭିଷେକ ଜୈନ, ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ଅନୁଜ ଅଗ୍ରୱାଲ ଯୋଗ ଦେଇଥିଲେ।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ