
ନୂଆଦିଲ୍ଲୀ, ଅଗଷ୍ଟ 21 (ହି.ସ) : ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଏକ ଏକ୍ସ ପୋଷ୍ଟରେ ଉପରାଷ୍ଟ୍ରପତି ଲେଖିଛନ୍ତି, ଆଜି ଜେ. ପି. ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛି। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କାମନା କରୁଛି ।
ଉଲ୍ଲେଖନୀୟ କଥା ହେଉଛି, ଜେ. ପି. ନଡ୍ଡାଙ୍କୁ ଅଗଷ୍ଟ 13 ତାରିଖରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ୍) ରେ ଭର୍ତ୍ତି କରାଯାଇଥିଲା । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କର କରୋନାରୀ ଆଞ୍ଜିଓଗ୍ରାଫି କରାଯାଇଥିଲା। ଅଗଷ୍ଟ 19 ତାରିଖରେ ତାଙ୍କୁ ଏମ୍ସରୁ ଡିସଚାର୍ଜ କରାଯାଇଥିଲା।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା