ଏଚଡିଏଫସି ବ୍ୟାଙ୍କ ବିଦେଶୀ ବଣ୍ଡରୁ ଜୁଟାଇଲା ୧.୭୫ ବିଲିୟନ ଡଲାର
ନୂଆଦିଲ୍ଲୀ, ୨୧ ଅଗଷ୍ଟ (ହି.ସ.)- ଦେଶ ଏବଂ ଘରୋଇ କ୍ଷେତ୍ରର ସବୁଠାରୁ ବଡ଼ ଏଚଡିଏଫସି ବ୍ୟାଙ୍କ ବ୍ୟବସାୟ ବଢ଼ାଇବା ପାଇଁ ବିଦେଶୀ ବଣ୍ଡ ଜାରି କରି ୧.୭୫ ବିଲିୟନ ଆମେରିକୀୟ ଡଲାର ଜୁଟାଇଛି। ଏଚଡିଏଫସି ବ୍ୟାଙ୍କ ଶୁକ୍ରବାର ଶେୟର ବଜାରକୁ ରେଗୁଲେଟରୀ ଫାଇଲିଂରେ ଦେଇଥିବା ସୂଚନାରେ କହିଛି ଯେ ଗିଫ୍ଟ ସିଟ
ଏଚଡିଏଫସି ବ୍ୟାଙ୍କ ବିଦେଶୀ ବଣ୍ଡରୁ ଜୁଟାଇଲା ୧.୭୫ ବିଲିୟନ ଡଲାର


ନୂଆଦିଲ୍ଲୀ, ୨୧ ଅଗଷ୍ଟ (ହି.ସ.)- ଦେଶ ଏବଂ ଘରୋଇ କ୍ଷେତ୍ରର ସବୁଠାରୁ ବଡ଼ ଏଚଡିଏଫସି ବ୍ୟାଙ୍କ ବ୍ୟବସାୟ ବଢ଼ାଇବା ପାଇଁ ବିଦେଶୀ ବଣ୍ଡ ଜାରି କରି ୧.୭୫ ବିଲିୟନ ଆମେରିକୀୟ ଡଲାର ଜୁଟାଇଛି।

ଏଚଡିଏଫସି ବ୍ୟାଙ୍କ ଶୁକ୍ରବାର ଶେୟର ବଜାରକୁ ରେଗୁଲେଟରୀ ଫାଇଲିଂରେ ଦେଇଥିବା ସୂଚନାରେ କହିଛି ଯେ ଗିଫ୍ଟ ସିଟି ଶାଖା ମାଧ୍ୟମରେ ୧.୭୫ ବିଲିୟନ ଆମେରିକୀୟ ଡଲାରର ‘ସିନିୟର ଅନସିକ୍ୟୋର୍ଡ ବଣ୍ଡ’ ଜାରି କରାଯାଇଛି। ବ୍ୟାଙ୍କ କହିଛି ଯେ ଏହା ତିନି ବର୍ଷରେ ପରିପକ୍ୱ ହେଉଥିବା ୫୦ କୋଟି ଆମେରିକୀୟ ଡଲାରର ବଣ୍ଡ ୫.୧୫୯ ପ୍ରତିଶତ କୁପନ ହାରରେ ଜାରି କରିଛି। ସେହିପରି, ଅବଶିଷ୍ଟ ୧.୨୫ ବିଲିୟନ ୟୁଏସ ଡଲାରର ପାଂଚ ବର୍ଷରେ ପରିପକ୍ୱ ହେଉଥିବା ବଣ୍ଡ ଉପରେ କୁପନ ହାର ୫.୪ ପ୍ରତିଶତ ରହିଛି। ଏଚଡିଏଫସି ବ୍ୟାଙ୍କ କହିଛି ଯେ ଏହି ବଣ୍ଡଗୁଡ଼ିକୁ ଇଣ୍ଡିଆ ଆଇଏନଏକ୍ସ (ଇଣ୍ଡିଆ ଇଂଟରନ୍ୟାସନାଲ ଏକ୍ସଚେଞ୍ଜ (ଆଇଏଫଏସସି) ଲିମିଟେଡ) ଏବଂ ଏନଏସଇ ଇଂଟରନ୍ୟାସନାଲ ଏକ୍ସଚେଞ୍ଜ (ଏନଏସଇ-ଆଇଏକ୍ସ)ରେ ତାଲିକାଭୁକ୍ତ କରାଯିବ।

ବିଦେଶୀ ବଣ୍ଡ ଋଣ ଜୁଟାଇବାର ଏକ ମାଧ୍ୟମ, ଯାହାକୁ କୌଣସି କମ୍ପାନୀ ଅନ୍ୟ ଦେଶର ବଜାରରୁ ଧନ ଜୁଟାଇବା ପାଇଁ ଜାରି କରେ। ଏଗୁଡ଼ିକୁ ସମ୍ପୃକ୍ତ ଦେଶର ସ୍ଥାନୀୟ ମୁଦ୍ରା କିମ୍ବା କୌଣସି ଅନ୍ତର୍ଜାତୀୟ ମୁଦ୍ରାରେ ଜାରି କରାଯାଇପାରେ। ଭାରତୀୟ ନିବେଶକ ଉଦାରୀକୃତ ଯୋଜନା (ଏଲଆରଏସ) ଅଧୀନରେ ବିଶ୍ୱ ବଜାରରେ ନିବେଶ କରିପାରିବେ।

-------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande