ଯୁବପିଢ଼ିର ଶକ୍ତିକୁ ଦେଶହିତରେ ବ୍ୟବହାର କରିବ ସଂଘ
ହାଇଦ୍ରାବାଦ, ୨୧ ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ଅଖିଳ ଭାରତୀୟ ସମନ୍ୱୟ ବୈଠକ ୧୯ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବିଶାଖାପଟ୍ଟଣମର ଗୁଡୀଲୋଭାସ୍ଥିତ ବିଜ୍ଞାନ ବିହାର ସ୍କୁଲରେ ଆୟୋଜିତ ହୋଇଥିଲା। ସଂଘର ସରସଂଘଚାଳକ ଡାକ୍ତର ମୋହନ ଭାଗବତ ଏବଂ ସର କାର୍ଯ୍ୟବାହ ଦତାତ୍ରେୟ ହୋସବ
ଯୁବପିଢ଼ିର ଶକ୍ତିକୁ ଦେଶହିତରେ ବ୍ୟବହାର କରିବ ସଂଘ


ହାଇଦ୍ରାବାଦ, ୨୧ ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ଅଖିଳ ଭାରତୀୟ ସମନ୍ୱୟ ବୈଠକ ୧୯ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବିଶାଖାପଟ୍ଟଣମର ଗୁଡୀଲୋଭାସ୍ଥିତ ବିଜ୍ଞାନ ବିହାର ସ୍କୁଲରେ ଆୟୋଜିତ ହୋଇଥିଲା। ସଂଘର ସରସଂଘଚାଳକ ଡାକ୍ତର ମୋହନ ଭାଗବତ ଏବଂ ସର କାର୍ଯ୍ୟବାହ ଦତାତ୍ରେୟ ହୋସବାଲେଙ୍କ ନେତୃତ୍ୱରେ ହୋଇଥିବା ଏହି ବୈଠକରେ ଜାତୀୟ ପ୍ରସଙ୍ଗ, ପାରସ୍ପରିକ ସମନ୍ୱୟ ଏବଂ ସାମାଜିକ ସୁଧାର ଉପରେ ଆଲୋଚନା କରିବା ପାଇଁ ସଂଘରୁ ପ୍ରେରିତ ୩୨ଟି ସଂଗଠନର ୩୦୬ ଜଣ ପ୍ରତିନିଧି ସାମିଲ ହୋଇଥିଲେ।ଆଜି ସନ୍ଧ୍ୟାରେ ବୈଠକର ବିଧିବଦ୍ଧ ସମାପନ ହେବ।

ସମାପନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ତିନିଦିନିଆ ବୈଠକରେ ଆସିଥିବା ବିଷୟଗୁଡ଼ିକ ଉପରେ ହୋଇଥିବା ଆଲୋଚନା ସମ୍ପର୍କରେ କହିଥିଲେ। ସଂଘର ସମନ୍ୱୟ ବୈଠକରେ ଜେଏନ ଜି ଆନ୍ଦୋଳନରୁ ଆରମ୍ଭ କରି ଜନସାଂଖ୍ୟିକ ଅସନ୍ତୁଳନ ଏବଂ ଯୁବପିଢ଼ି ମଧ୍ୟରେ ବଢ଼ୁଥିବା ନିଶା ପ୍ରବୃତି ଉପରେ ବିସ୍ତୃତ ମନ୍ଥନ ହୋଇଥିଲା। ଏହା ସହିତ ଏଆଇ ଏବଂ କୁଟୁମ୍ବ ପ୍ରବୋଧନ ଭଳି ଜ୍ୱଳନ୍ତ ପ୍ରଶ୍ନଗୁଡ଼ିକ ଉପରେ ମଧ୍ୟ ସଂଘ ଚିନ୍ତାଧାରାରୁ ପ୍ରେରିତ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ପରସ୍ପର ଗଭୀରତାର ସହିତ ବିଚାର କରିଥିଲେ।

ବୈଠକରେ ମତ ଆସିଥିଲା ଯେ ଯୁବଶକ୍ତିରେ ବହୁତ ଶକ୍ତି ଅଛି, ତାହାକୁ ଦେଶର ପ୍ରଗତିରେ କିପରି ସକାରାତ୍ମକ ଭାବେ ବ୍ୟବହାର କରାଯିବ, ଏଥିପାଇଁ ସଂଘ ସହ ଜଡ଼ିତ ଯୁବ ସଂଗଠନ, ବିଦ୍ୟାର୍ଥୀ ପରିଷଦ ଏବଂ ବଜରଙ୍ଗ ଦଳକୁ ବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ଦେଶର କିଛି ଅଂଚଳରେ ଜନସଂଖ୍ୟା ଅସନ୍ତୁଳନରୁ ସୃଷ୍ଟ ସମସ୍ୟାଗୁଡ଼ିକ ଉପରେ ମଧ୍ୟ ମନ୍ଥନ ହୋଇଥିଲା। ଏହା ଦେଖିବାକୁ ମିଳିଥିଲା ଯେ କିଛି ଅଂଚଳରେ ଏକ ବିଶେଷ ସମୁଦାୟର ଜନସଂଖ୍ୟାରେ ହେଉଥିବା ଅପ୍ରତ୍ୟାଶିତ ବୃଦ୍ଧି ଯୋଗୁଁ ସାମାଜିକ ସଦ୍ଭାବ ବିଗିଡ଼ୁଛି। ସରକାର ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ଏହି ଦିଗରେ ଆଗକୁ ଆସି ପଦକ୍ଷେପ ନେବା ଉଚିତ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande