ବେଲପଡ଼ା ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ
ବଲାଙ୍ଗୀର, ୨୫ ଅଗଷ୍ଟ(ହି.ସ.) – ବେଲପଡ଼ା ବ୍ଲକ୍ର ସମ୍ମିଳନୀ କକ୍ଷ ଠାରେ ଅରୁଣା, ଆଇସିଡିଏସ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀରର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପା
ବେଲପଡା ବ୍ଲକ୍ ଠାରେ ଗ୍ରାମ ପଂଚାୟତ  ବିକାଶ ପାଣ୍ଠି  ଓ  ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।


ବଲାଙ୍ଗୀର, ୨୫ ଅଗଷ୍ଟ(ହି.ସ.) – ବେଲପଡ଼ା ବ୍ଲକ୍ର ସମ୍ମିଳନୀ କକ୍ଷ ଠାରେ ଅରୁଣା, ଆଇସିଡିଏସ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀରର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ବେଲପଡ଼ା ବ୍ଲକ୍ର ଗ୍ରାମ ପଂଚାୟତ ବିକାଶ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ତାଲିମ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ସି ଡି ପି ଓ ବିଦ୍ୟୁତ୍ପ୍ରଭା ନାଗ କହିଲେ ଶିଶୁମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀ କାଳୀନ ଭିତିରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠିରୁ ଶତକଡା ୫ ପ୍ରତିଶତ ସହ ଅର୍ଥ କୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ।ଏହି ଅବସରରେ ସିଡିପିଓ କହିଲେ ବାଲ୍ୟ ବିବାହ ବନ୍ଦ କରିବା, ବାଲ୍ୟ ବିବାହ ଅଧିକାରୀ ମାନେ ପଂଚାୟତ ସ୍ତରରେ ବୋର୍ଡ ଲଗାଇବା,ବେଟି ବଚାଓ ବେଟି ପଢ଼ାଓ ଉପରେ ଜଣାଇଥିଲେ।କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ୱାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍,ଶିଶୁ ଶ୍ରମିକ ନିରୋଧ ଆଇନ, ପି ସି ପି ଏନ୍ ଡି ଟି ଆଇନ୍ ଉପରେ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତି ତାଲିମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଂଚ ଓ ଇ ଓ ମାନଙ୍କର ଭୂମିକା, ଦାୟିତ୍ୱ ଉପରେ ଜଣାଇଥିଲେ। ଗ୍ରାମ ପଂଚାୟତ ବିକାଶ ପାଣ୍ଠି ର ଅନ୍ ଟାଏଡ ପାଣ୍ଠି ର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଟି ଭିତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ।କାର୍ଯକ୍ରମରେ ବେଲପଡା ଥାନା ର ଏ ଏସ ଆଇ ଭଜମନ ବିଶି ବାଲ୍ୟ ବିବାହ ଆଇନ ଉପରେ ମତାମତ ଦେଇଥିଲେ,ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଚତୁର୍ଭୁଜ ମିର୍ଦ୍ଧା କହିଲେ ଅଧାରୁ ପାଠ ପଢା ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏନ୍ ଆଇ ଓ ଏସ, ଏସ ଆଇ ଓ ଏସ ମଧ୍ୟରେ ନାମ ଲେଖାଇବାକୁ ପରାମର୍ଶ ପ୍ରଦାନ କରିଥିଲେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ ପାଣ୍ଡେ ଅପ୍ରାପ୍ତ ବୟସ୍କ। ଗର୍ଭବତୀ ହୋଇ ମାତୃତ୍ୱ ଲାଭ କରିବା ନିଜ ପାଇଁ ସ୍ୱାସ୍ଥ୍ୟ ହାନି, ଅଯଥା ପାରିବାରିକ ବୋଝ, ନବଜାତକର ଯତ୍ନ ନେବା ସମସ୍ୟା ଉପୁଜୁ ଥିବାବେଳେ ଜନ୍ମିତ ଶିଶୁର ମଧ୍ୟ କ୍ଷତି ହୋଇଥାଏ ବୋଲି ବୁଝାଇଥିଲେ। ଚାଇଲ୍ଡ ହେଲ୍ପ ଲାଇନ୍ର ସୁଦନ ଖମାରୀ, ଶୁଭମ୍ ଜେନା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବିଭାଗର ବରିଷ୍ଠ କିରାଣୀ କାମଦେବ ଭୋଈ ସଫଳ ଆୟୋଜନ କରିଥିଲେ। ପରିଶେଷରେ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ତାଲିମ୍କୁ ଶେଷ କରିଥିଲେ।

......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande