
ଗଂଜାମ, 27 ଅଗଷ୍ଟ (ହି.ସ.) ବ୍ରହ୍ମପୁର ଉତ୍କଳ ଆଶ୍ରମ ଓଡ଼ିଆ ଭାଷା ଭବନ କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ନବମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ସୁରକ୍ଷା ମଞ୍ଚର ସଭାପତି ରାଧା ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ,ସାହିତ୍ୟିକ, ବାଗ୍ମୀ
ସତ୍ୟନାରାୟଣ ପାଣିଗ୍ରାହୀ ଯୋଗଦାନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ଉପସଭାପତି ଡ଼ାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ଉପଦେଷ୍ଟା
ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ କୋଷାଧ୍ୟକ୍ଷ ଲଡୁ କେଶ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଏବଂ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ବେଦ ପାଠ କରାଯାଇଥିଲା। ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢୀ ଏବଂ ଶ୍ୟାମା ପ୍ରସାଦ ପାଢୀ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସମୁହ ଗାନ କରାଯାଇଥିଲା। ଏହି ଅବସରରେ ଆଲୋଚନା ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପରିବାରବର୍ଗ ସମେତ ସମାଜ ଓ ସରକାର ଙ୍କ ଉତ୍ତରଦାୟୀତ୍ବ ରହିଛି ବୋଲି ମତପ୍ରକାଶ ପାଇଥିଲା ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ବରିଷ୍ଠ ନାଗରିକ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବା ସହ ସରକାରୀ ପ୍ରତିଶ୍ରୁତି ପ୍ରକାରେ ମାସିକ ଭତ୍ତା ଟ ୩୦୦୦/ ପରିବର୍ତ୍ତେ ଟ ୫୦୦୦/-କୁ ବୃଦ୍ଧି କରାଯାଉ ଏବଂ ଏ ଯାବତ୍ ଦୀର୍ଘ ମାସ ଧରି ରାଜ୍ୟର ଭତ୍ତା ପାଇନଥିବା ବରିଷ୍ଠ ନାଗରିକଙ୍କୁ ସରକାର ଯଥାଶୀଘ୍ର ଭତ୍ତା ପ୍ରଦାନ କରନ୍ତୁ ବୋଲି ଆଲୋଚନା କରାଯାଇଥିଲା।
ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ସମ୍ପାଦକ ରଜନୀକାନ୍ତ ମଣ୍ଡଳଙ୍କୁ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏବଂ ସଦସ୍ୟ ସଦସ୍ୟା ମାନଙ୍କୁ ଆଜୀବନ ସଦସ୍ୟତା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଲଡୁ କେଶ ମିଶ୍ର,ଯୁଗ୍ମ ସମ୍ପାଦକ କେ.କିରଣ କୁମାର ଦୋରାଙ୍କ ସମେତ ସର୍ବଶ୍ରୀ
ହାଡ଼ିବନ୍ଧୁ ମାଳି, ନିରଞ୍ଜନ ମହାପାତ୍ର, ଅକ୍ଷୟ କୁମାର ପଟ୍ଟନାୟକ, ସଦାଶିବ ପାଣିଗ୍ରାହୀ, ମହେନ୍ଦ୍ର କୁମାର ଅଗ୍ରୱାଲ, ରବିନ୍ଦ୍ର କୁମାର ନାୟକ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢୀ, ଡ. ସୂଚନା ପାଢ଼ୀ, ଶ୍ରୀମତୀ ପଦ୍ମିନୀ ମିଶ୍ର, ଶ୍ରୀମତୀ କୁମୁଦିନୀ ଶ୍ରୀପଲ୍ଲବ, ଇ ଡିଲିଷୁ ରେଡ୍ଡୀ, ସୁବାସ ଚନ୍ଦ୍ର ନାୟକ, ଏସ. ଅଶୋକ କୁମାର ପାତ୍ରଙ୍କ ଅନ୍ୟସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ରୂପେଶ କୁମାର ମିଶ୍ର ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ପାଦକ ରଜନୀକାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ