
ସୁବର୍ଣ୍ଣପୁର, ୨୫ ଅଗଷ୍ଟ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତିର ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ଅଧିକାରୀ ଶ୍ରୀ କାର୍ତିକେଶ୍ୱର ପଣ୍ଡା, ଏସ୍.ବି.ଆଇ. ଆଂଚଳିକ ପ୍ରବନ୍ଧକ ଶ୍ରୀକାନ୍ତ ସାହୁ, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ, ନାୱାର୍ଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ, ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀ ଓ ବ୍ୟାଙ୍କ ସଂଯୋଜକଗଣ ଯୋଗ ଦେଇଥିଲେ। ବ୍ୟାଙ୍କମାନଙ୍କର ସମୀକ୍ଷା କରାଯିବା ସହିତ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଅବଧି ବଢ଼ିଥିବାରୁ ସମସ୍ତ କୃଷି ଋଣକୁ ବୀମାଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଡ଼ ସାହୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କମାନଙ୍କର ସର୍ଭିସ ପ୍ରତ୍ୟେକ କାର୍ଯ୍ୟକଳାପ ଅନ୍ୟ ଜାଗାରୁ ଖୁବ୍ ଆଗରେ ବୋଲି ଡ଼ ସାହୁ କହିଥିଲେ। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଜିଲ୍ଲାପାଳ ଚାକିରୀରୁ ଅବସର ନେଉଥିବାରୁ ସବ୍ଏସ୍ବିଆଇର ଆଂଚଳିକ ପ୍ରବନ୍ଧକ ଜିଲ୍ଲାପାଳଙ୍କୁ ଉପ ଢ଼ୌକନ୍ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଲକ ଧନ୍ୟବାଦ ପ୍ରସ୍ତାବ ଦେବା ସହିତ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ