
ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.): ଓଡ଼ିଶା ସରକାରଙ୍କ ପକ୍ଷରୁ ଚାକିରି ଆଶାୟୀ ଏବଂ ନିଯୁକ୍ତିଦାତା ମାନଙ୍କ ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ‘ନିୟୋଜନ ସେତୁ’ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ଚାକିରି ଖୋଜୁଥିବା ଯୁବକ-ଯୁବତୀମାନେ ନିଜ ନାମ ପଞ୍ଜୀକରଣ କରି ବିଭିନ୍ନ ନିଯୁକ୍ତି ସୁଯୋଗ ପାଇପାରିବେ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ନିଯୁକ୍ତିଦାତା ସଂସ୍ଥାଗୁଡ଼ିକ ମଧ୍ୟ ଆବଶ୍ୟକ କର୍ମଚାରୀ ଚୟନ ପାଇଁ ପଞ୍ଜୀକରଣ କରିପାରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ