ରାମପେଲା ଇବ୍ ସେତୁ ଉପରେ ଖାଲି ଥିବା ଫ୍ଲାଏ ଆଶ୍ ଗାଡ଼ି ଚଳାଚଳ ପାଇଁ ଅନୁମତି ପ୍ରଦାନ
Permission for transportation of ash
ରାମପେଲା ଇବ୍ ସେତୁ ଉପରେ ଖାଲି ଥିବା ଫ୍ଲାଏ ଆଶ୍ ଗାଡ଼ି ଚଳାଚଳ ପାଇଁ ଅନୁମତି ପ୍ରଦାନ


ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.) : ଜିଲ୍ଲାର ରାମପେଲା ଇବ୍ ନଦୀ ସେତୁ ଉପରେ ଖାଲି ଫ୍ଲାଏ ଆଶ୍ (ପାଉଁଶ) ପରିବହନ କରୁଥିବା ଯାନବାହନ ଚଳାଚଳକୁ କୋହଳ କରାଯାଇଛି। ପୂର୍ବରୁ ଜାରି କରାଯାଇଥିବା କଟକଣା ଆଦେଶରେ ଆଂଶିକ ସଂଶୋଧନ ଆଣି ଜିଲ୍ଲାପାଳ ତଥା ଆର.ଟି.ଏ. ଅଧ୍ୟକ୍ଷ ଏହି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଜେ.ଏସ.ଡବ୍ଲୁ. ଏନର୍ଜି ର ଅନୁରୋଧ କ୍ରମେ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ରାମପେଲା ଇବ୍ ସେତୁ ଦେଇ କେବଳ ଖାଲି ଫ୍ଲାଏ ଆଶ୍ ଗାଡ଼ିଗୁଡ଼ିକ ପ୍ରତିଦିନ ସକାଳ ୬:୦୦ ଘଟିକାରୁ ରାତି ୧୦:୦୦ ଘଟିକା ପର୍ଯ୍ୟନ୍ତ ଚଳାଚଳ କରିପାରିବ। ତେବେ ଏହି ଯାନଗୁଡ଼ିକୁ ସମସ୍ତ ପ୍ରକାର ଟ୍ରାଫିକ୍ ନିୟମ ଏବଂ ସଡ଼କ ସୁରକ୍ଷା ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ସଂଶୋଧିତ ନିୟମଟି ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବଳବତର ରହିବ। ଏଥିସହ ପୂର୍ବ ଆଦେଶରେ ଥିବା ଅନ୍ୟ ସମସ୍ତ ସର୍ତାବଳୀ ଓ କଟକଣା ଅପରିବର୍ତିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଆଦେଶର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

----------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande