ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ସମ୍ବଲପୁରୀ ରାକ୍ଷୀ ଷ୍ଟଲ୍' ଉଦଘାଟିତ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ସମ୍ବଲପୁରୀ ରାକ୍ଷୀ ଷ୍ଟଲ୍' ଉଦଘାଟିତ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ  ପ୍ରସ୍ତୁତ 'ସମ୍ବଲପୁରୀ ରାକ୍ଷୀ ଷ୍ଟଲ୍' ଉଦଘାଟିତ

ସମ୍ବଲପୁର, ୨୫, ଅଗଷ୍ଟ (ହି.ସ.) - ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ରାକ୍ଷୀ ଉତ୍ସବ ପାଇଁ ସମ୍ବଲପୁର ସହରର ଗୋଲ୍ ବଜାର ଛକ, ପୀରବାବା ଛକ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର ରାକ୍ଷୀଷ୍ଟଲ୍' ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ସମ୍ବଲପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଏହି ଷ୍ଟଲ୍ ଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ଷ୍ଟଲ୍ ଗୁଡିକରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ପ୍ରତିଭାବାନ ମହିଳା ସଦସ୍ୟା ମାନଙ୍କ ଦ୍ୱାରା ସୁନ୍ଦର ଖାଂଟି ସମ୍ବଲପୁରୀ ବସ୍ତ୍ର ପ୍ରସ୍ତୁତିରେ ହାତ ତିଆରି ରାକ୍ଷୀ ଏବଂ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଫ୍ୟାନ୍ସି ରାକ୍ଷୀ ପ୍ରଦର୍ଶିତ ହେବାବ ସହ ବିକ୍ରିର ଶୁଭାରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଏବଂ ଓରମାସ ପରିଚାଳନାରେ ଏହି ପ୍ରୟାସ ଆରମ୍ଭ କରାଯାଇଛି। ଆଗାମୀ ପବିତ୍ର ରକ୍ଷାବନ୍ଧନ ଅବସରରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହରବାସୀ ଏବଂ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ କଚେରୀ ରୋଡ୍ ସ୍ଥିତ ଷ୍ଟଲ୍ ସମେତ ତିନୋଟି ଯାକ ଷ୍ଟଲ ବୁଲି ଦେଖିବା ସହ ନିଜ ବନ୍ଧୁ ପରିଜନଙ୍କ ପାଇଁ ଏହି ସ୍ୱତନ୍ତ୍ର ହସ୍ତତନ୍ତ ରାକ୍ଷୀ କିଣନ୍ତୁ । ଏଥିସହ ସମ୍ବଲପୁରୀ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ସହଯୋଗର ହାତ ବଢାନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande