ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି :ପୁନର୍ବାସ ଅନୁଦାନର ଆର୍ôଥକ ହାରରେ ସଂଶୋଧନ
ଭୁବନେଶ୍ୱର ,୨୫ ଅଗଷ୍ଟ (ହି.ସ.)- ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ଧାରା ୧୩ ଅନୁଯାୟୀ ରାଜ୍ୟ ସରକାର ପୁନର୍ବାସ ଅନୁଦାନର ବିଭିନ୍ନ ଆର୍ôଥକ ହାରରେ ୧୦ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ହାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତର ରହିବ। ସଂଶୋଧିତ ହା
ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି :ପୁନର୍ବାସ ଅନୁଦାନର ଆର୍ôଥକ ହାରରେ ସଂଶୋଧନ


ଭୁବନେଶ୍ୱର ,୨୫ ଅଗଷ୍ଟ (ହି.ସ.)- ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ଧାରା ୧୩ ଅନୁଯାୟୀ ରାଜ୍ୟ ସରକାର ପୁନର୍ବାସ ଅନୁଦାନର ବିଭିନ୍ନ ଆର୍ôଥକ ହାରରେ ୧୦ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ହାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତର ରହିବ।

ସଂଶୋଧିତ ହାର ଅନୁଯାୟୀ, ସ୍ୱ-ପୁନର୍ବସତି (ପୁନର୍ବସତି କଲୋନୀ ବାହାରେ) ପାଇଁ ସହାୟତା ୧,୧୩,୧୨୮ ଟଙ୍କାରୁ ବୃଦ୍ଧି ପାଇ ୧,୧୬,୫୫୦ ଟଙ୍କା କରାଯାଇଛି। ସେହିପରି ଘର ନିର୍ମାଣ ସହାୟତା ୩,୩୯,୩୮୩ ଟଙ୍କାରୁ ବୃଦ୍ଧି ପାଇ ୩,୪୯,୬୫୦ ଟଙ୍କା ହୋଇଛି। ଶିଳ୍ପ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ôଥକ ସହାୟତାରେ ମଧ୍ୟ ସଂଶୋଧନ କରାଯାଇଛି। ବର୍ଗ-୧ ପାଇଁ ଏହି ସହାୟତା ୧୧,୬୫,୫୦୦ ଟଙ୍କା, ବର୍ଗ-୨ ପାଇଁ ୬,୯୯,୩୦୦ ଟଙ୍କା, ବର୍ଗ-୩ ପାଇଁ ୪,୬୬,୨୦୦ ଟଙ୍କା ଏବଂ ବର୍ଗ-୪ ଓ ୫ ପାଇଁ ୨,୩୩,୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି, ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ôଥକ ସହାୟତା ମଧ୍ୟ ଏହି ସମାନ ହାରରେ ସଂଶୋଧିତ ହୋଇଛି କ୍ଷ ବର୍ଗ-୧ ପାଇଁ ୧୧,୬୫,୫୦୦ ଟଙ୍କା, ବର୍ଗ-୨ ପାଇଁ ୬,୯୯,୩୦୦ ଟଙ୍କା, ବର୍ଗ-୩ ପାଇଁ ୪,୬୬,୨୦୦ ଟଙ୍କା ଏବଂ ବର୍ଗ-୪, ୫ ଓ ୬ ପାଇଁ ୨,୩୩,୧୦୦ ଟଙ୍କା ସ୍ଥିରୀକୃତ ହୋଇଛି । କୃଷିଜମି ପାଇଁ ସହାୟତା କ୍ଷେତ୍ରରେ ଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୨,୨୬,୨୫୫ ଟଙ୍କାରୁ ବୃଦ୍ଧି ପାଇ ୨,୩୩,୧୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୧,୧୩,୧୨୮ ଟଙ୍କାରୁ ବୃଦ୍ଧି ପାଇ ୧,୧୬,୫୫୦ ଟଙ୍କା କରାଯାଇଛି । ଏହାଛଡ଼ା, ରକ୍ଷଣାବେକ୍ଷଣ ଭତ୍ତା ମାସିକ ୪,୫୨୫ ଟଙ୍କାରୁ ବୃଦ୍ଧି ପାଇ ୪,୬୬୨ ଟଙ୍କା, ଅସ୍ଥାୟୀ ଶେଡ୍ ପାଇଁ ସହାୟତା ୨୨,୬୨୬ ଟଙ୍କାରୁ ବୃଦ୍ଧି ପାଇ ୨୩,୩୧୦ ଟଙ୍କା ଏବଂ ପରିବହନ ଭତ୍ତା ୪,୫୨୫ ଟଙ୍କାରୁ ବୃଦ୍ଧି ପାଇ ୪,୬୬୨ ଟଙ୍କା କରାଯାଇଛି।

ଏହି ସଂଶୋଧିତ ହାରଗୁଡ଼ିକ ୧ ଏପ୍ରିଲ ୨୦୨୬ରୁ ଲାଗୁ ହୋଇ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତର ରହିବ। ଏହି ସଂଶୋଧନ ପାଇଁ ଅର୍ଥ ବିଭାଗର ସହମତି ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସଂଶୋଧିତ ଅନୁଦାନ ହାର ସମ୍ପର୍କରେ ସମ୍ପୃକ୍ତ ସମସ୍ତ ବିଭାଗ, ରାଜସ୍ୱ ଡିଭିଜନାଲ କମିଶନର, ଜିଲ୍ଲାପାଳ, ରାଜସ୍ୱ କର୍ତୃପକ୍ଷ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କୁ ଅବଗତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande