
ଭୁବନେଶ୍ୱର ,୨୫ ଅଗଷ୍ଟ (ହି.ସ.)- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ବୈଠକ ଖୋରଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଚଳିତ ଆର୍ôଥକ ବର୍ଷର ପ୍ରଥମ ପର୍ଯ୍ୟାୟରେ ଖୋରଧା, ପୁରୀ, କଟକ,ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ୭୭୫ ଜଣ ତୀର୍ଥଯାତ୍ରୀ ଆସନ୍ତା ସେପ୍େଟମ୍ବର ୨ ତାରିଖରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନରେ ବାରଣାସୀ-ଅଯୋଧ୍ୟା ଯାତ୍ରା କରିବେ । ସେମାନେ ତୀର୍ଥ ସାରି ସେପ୍େଟମ୍ବର ୭ତାରିଖରେ ଭୁବନେଶ୍ୱରରେ ପହଂଚିବେ । ସେମାନଙ୍କୁ ସହଯୋଗ କରିବାକୁ ୨୫ଜଣ ଅଧିକାରୀ ମଧ୍ୟ ଯାତ୍ରା କରିବେ ।
ଏହି ପ୍ରଥମ ପର୍ଯ୍ୟାୟରେ ଖୋରଧା ଜିଲ୍ଲାର ୧୬୯ଜଣ , ପୁରୀରୁ ୧୨୭, କଟକର ୧୯୭,ଜଗତସିଂହପୁର ଜିଲ୍ଲାର ୮୫, କେନ୍ଦ୍ରାପଡ଼ାରୁ ୧୦୮ଓ ଢେଙ୍କାନାଳ ଜିଲ୍ଲାର ୮୯ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ । ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଆର୍ôଥକ ସ୍ୱଚ୍ଛଳ ନଥିବା ବରିଷ୍ଠ ନାଗରିକ ମାନେ ବିନା ମୂଲ୍ୟରେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବାର ସୁଯୋଗ ପାଇପାରିବେ । ଆସନ୍ତା ୧ ତାରିଖରେ ସମ୍ପୃକ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ବସ ଦ୍ୱାରା ତିର୍ଥଯାତ୍ରୀ ମାନେ ପହଂଚିବା ପରେ ସେମାନଙ୍କୁ ଆତିଥେୟତା ପ୍ରଦାନ କରାଯିବ । ଏଥିନିମନ୍ତେ କ୍ୟାପିଟାଲ ହାଇସ୍କୁଲ, ଭାରତ ସ୍କାଉଟ ଓ ଗାଇଡ଼, ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଓ ଭୀମ ଭୋଇ ଦୃଷ୍ଟି ବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରହିବା, ସୁରକ୍ଷା ଖାଦ୍ୟପେୟ ଓ ଭଜନ କାର୍ଯ୍ୟକ୍ରମର ବ୍ୟାପକ ବନ୍ଦୋବସ୍ତ କରାଯିବ । ସ୍ୱତନ୍ତ୍ର ଅଧିକାରୀ ମାନେ ଉପସ୍ଥିତ ରହି ପ୍ରକ୍ରିୟାର ଯାଞ୍ଚ କରିବେ ।
ଏଥିନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରିବା ସହ ଅଧିକାରୀ ମାନେ ଉପସ୍ଥିତ ରହି ଦାୟିତ୍ୱ ସମ୍ପର୍ଣ୍ଣ କରିବାକୁ ଶ୍ରୀ ବେଉରା ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ପରିମଳ, ଖାଦ୍ୟ, ପାନୀୟ ଅଗ୍ନି ନିରାପତା, ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱର ଉପ-ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ଶ୍ରୀ ଅଞ୍ଜନ କୁମାର ବାରିକ, ବିଭିନ୍ନ ବ୍ଲକର ବିଡ଼ିଓ ଓ ତହସିଲଦାର, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱେଛାସେବୀ ସଂସ୍ଥାର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା