
କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ପବିତ୍ର ଗହ୍ମାପୂର୍ଣ୍ଣିମା ତଥା କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମଦିବସ ଉପଲକ୍ଷେ ମାଉସୀ ମା ମନ୍ଦିର ନିକଟରୁ ୧ ଲକ୍ଷ ତୁଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଦିବ୍ୟରଞ୍ଜନ ଦାସଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ୧ ଲକ୍ଷ ତୁଳସୀ ସଂଗ୍ରହ କରି ମାଉସୀ ମା ମନ୍ଦିର ନିକଟକୁ ଆଣିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଭଜନ କୀର୍ତନ କରି ଶ୍ରୀ ଜୀଉଙ୍କ ମନ୍ଦିର ନିକଟକୁ ଆଣି ଶ୍ରୀ ଜୀଉଙ୍କ ବଡ଼ ପଣ୍ଡା ମାଧବ ଚନ୍ଦ୍ର ପତିଙ୍କୁ ଜିମା ଦେଇଥିଲେ। ଏହି ତୁଳସୀ ଶ୍ରୀ ବଳଦେବଙ୍କ ଜନ୍ମଦିନରେ ତାଙ୍କୁ ଲାଗି କରାଯିବ। ସୂଚନାଯୋଗ୍ୟ ଯେ ଗତବର୍ଷ ଠାରୁ କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର ୧ ଲକ୍ଷ ତୁଳସୀ ଏହି ଦିନ ପାଇଁ ଯୋଗାଇ ଦେଇ ଆସୁଅଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି