ସ୍କୁଲ ପଛ ପଟ ନାଳରୁ ଛାତ୍ରର ମୃତଦେହ ଉଦ୍ଧାର
ଜୟପୁର, 26 ଅଗଷ୍ଟ (ହି.ସ.) ଅନୁସୂଚିତ ଜାତି ଏବଂ ଜନ ଜାତି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସ ରୁ 3 ଦିନ ଧରି ନିଖୋଜ ଥିବା ଜଣେ ଛାତ୍ର ଙ୍କ ମୃତଦେହ ସ୍କୁଲ ପଛ ପଟ ନାଳରୁ ରକ୍ତାତ ଅବସ୍ଥାରେ ଉଦ୍ଧାର ହୋଇଛି। ଏଭଳି ଦୃଶ୍ୟ ସାମନା କୁ ଆସିଛି ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟା
ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର


ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର


ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର


ଜୟପୁର, 26 ଅଗଷ୍ଟ (ହି.ସ.)

ଅନୁସୂଚିତ ଜାତି ଏବଂ ଜନ ଜାତି ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସ ରୁ 3 ଦିନ ଧରି ନିଖୋଜ ଥିବା ଜଣେ ଛାତ୍ର ଙ୍କ ମୃତଦେହ ସ୍କୁଲ ପଛ ପଟ ନାଳରୁ ରକ୍ତାତ ଅବସ୍ଥାରେ ଉଦ୍ଧାର ହୋଇଛି। ଏଭଳି ଦୃଶ୍ୟ ସାମନା କୁ ଆସିଛି ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରୁ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁନାଥଙ୍କର ମୃତ ଦେହ ସ୍କୁଲ ପଛ ନାଳ ରୁ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହରଡାଗୁଡ଼ା ପଞ୍ଚାୟତ ମାରାଡ ମାଲିଗୁଡ଼ାର ବୋଲି ଜଣା ପଡିଛି ସେ ବିଦ୍ୟାଳୟରେ ହଷ୍ଟେଲ ରେ ରହି ଅଧ୍ୟୟନ କରୁଥିଲେ । ଗତ ସୋମବାର ଦିନ ଠାରୁ ସମ୍ପୁକ୍ତ ଛାତ୍ର ଜଣକ ବିଦ୍ୟାଳୟ ପରିସରରୁ ନିଖୋଜ ଥିଲେ । ଆଜି ତାଙ୍କ ଶବ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି । ବିଦ୍ୟାଳୟ କତୃପକ୍ଷ ପକ୍ଷରୁ ଛାତ୍ର ନିଖୋଜ ନେଇ ଥାନା କିମ୍ବା ଉପରିସ୍ଥ ଅଧିକାରୀଙ୍କୁ ଅବଗତି ନ କରିବା ସୂଚନା ମିଳିଛି। ଏମିତିକି ମୃତ ଛାତ୍ର ଙ୍କ ପରିବାର କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଘଟଣା କୁ ନେଇ କ୍ଷାଭ ପ୍ରକାଶ କରିବା ସହ ଏଭଳି ଘଟଣା ଦୁର୍ଭାଗ୍ୟ ଜଣକ ଏବଂ ଏହି ଘଟଣା ପାଇଁ ଯେଉଁ ମାନେ ସବୁ ଦାୟୀ ସେମାନଙ୍କ ବିରୁଦ୍ଧ ରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ନୃସିଂହ ନାଥ ଶତପଥୀ । ଘଟଣା ସମ୍ପର୍କରେ ସ୍କୁଲ କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନଥିବା ବେଳେ ବି ସିଂହପୁର ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande