ବନ୍ତ ଓ ଆଗରପଡାରେ ମହମ୍ମଦଙ୍କ ଜୟନ୍ତୀ
ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ବନ୍ତର ପଧାନପଡା, ମାଲତିରା, ହାଟସାହି, ତରାପୁର, ଚଣ୍ଡିପୁର ଆଦି ୧୦ ଗୋଟି ସ୍ଥାନରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସାହର ସହ ପାଳନ କରାଯାଇଛି । ଏନେଇ ବିଭିନ୍ନ କମିଟି ପକ୍ଷରୁ ସୁସଜ୍ଜିିତ ଜୁଲୁସ ଶୋଭାଯାତ୍ରା ମାନ ବନ୍ତ ବଜାର
BONTH & AGARPADA MAHAMMAD JAYANTI


ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ବନ୍ତର ପଧାନପଡା, ମାଲତିରା, ହାଟସାହି, ତରାପୁର, ଚଣ୍ଡିପୁର ଆଦି ୧୦ ଗୋଟି ସ୍ଥାନରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସାହର ସହ ପାଳନ କରାଯାଇଛି । ଏନେଇ ବିଭିନ୍ନ କମିଟି ପକ୍ଷରୁ ସୁସଜ୍ଜିିତ ଜୁଲୁସ ଶୋଭାଯାତ୍ରା ମାନ ବନ୍ତ ବଜାର ପରିକ୍ରମା କରିଥିଲା । ଶେଷରେ ମାଲତିରା ମନସୁର ବାବାଙ୍କ ପ୍ରାଙ୍ଗଣରେ ସମସ୍ତେ ଏକତ୍ରିତ ହେବା ପରେ ଧର୍ମ ସଭା ସହ ସମସ୍ତ ମଜାରକୁ ପୁରସ୍କୃତ କରାଯାଇଥିଲା । ସେକ୍ ୟାକତ୍ ଅଲ୍ଲୀ, ମୁମତାଜ ଅଲୀ ଖାନ୍ , ସେକ୍ ଜଲାଲୁଦ୍ଦିିନ, ସାବିର ଖାନ୍, ଇଆନ୍ ଅଲ୍ଲୀ ଖାନ୍, ସେକ ଇନସାଦ୍, ମୁସ୍ତାକ ଅଲ୍ଲୀ ଖାନ୍, ସେକ୍ କଦମ୍, ସେକ୍ ରହେବର ଅଲ୍ଲୀ, ସେକ୍ ଆକବର ଅଲ୍ଲୀ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ସରପଚଂ ଗଜେନ୍ଦ୍ର ସେଠୀ, ଅଜୟ ବେହେରା, ସୁବାଶ ଦାସ, ସୁକାନ୍ତ ପଢିଆରୀ, ନରହରି ଜେନା ପ୍ରମୁଖ ସାମିଲ୍ ଥିଲେ । ସେହିପରି ଆଗରପଡାରେ ଥିବା ପୁରୁଷଣ୍ଢ, ଚାରିଘରିଆ, ଘଂଟଗଢିଆ ଆଦି ୭ ଗୋଟି ସ୍ଥାନରେ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ଥିବା ବିଭିନ୍ନ ମସ୍ଜିଦ ସୁସଜ୍ଜିତ ଜୁଲୁସ ଶୋଭାଯାତ୍ରା ବାହାରି ଲକ୍ଷ୍ମୀ ବଜାର, କଲେଜ ଛକ, କୁଆଁସମଢିଆ ଆଦି ବଜାର ପରିକ୍ରମା କରିଥିଲା । କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ, ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ପୂର୍ବତନ ସରପଚଂ ରବିନାରାୟଣ ମହାନ୍ତି,ସତ୍ୟବାନ ଦାସ, ପୂର୍ବତନ ସମିତିସଭ୍ୟ ଦିଲ୍ଲିପ ପୁହାଣ, ପ୍ରଦୁମ୍ନ୍ୟ ପୁହାଣ, ଚିତରଞ୍ଜନ ସାମନ୍ତରାୟ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande